ଅନୁଗୁଳ: ବିଜୁ ମୈଦାନଠାରେ ଥିବା ତସ୍କ ହୋଟେଲର ବର୍ଜ୍ୟବସ୍ତୁ ଡ୍ରେନ ବାହାରେ ପଡିଥିବାର ଦେଖିବାକୁ ମିଳିଛି । ଉକ୍ତ ଡ୍ରେନ୍ ଟି ବିଜୁ ମୈଦାନ ଚତୁଃପାର୍ଶ୍ଵରେ ରହିଥିବା ବେଳେ ପଡିଆକୁ ଲୋକ ମାନେ ସକାଳ ବ୍ୟାୟାମ ପାଇଁ ଆସିଥାନ୍ତି । ଡ୍ରେନ୍ ଉପରେ ଶ୍ଲାବ ରହିଥିବା ବେଳେ ତାହା ଉଠାଯାଇ ଖାଦ୍ୟର ବର୍ଜ୍ୟବସ୍ତୁ ପାର୍ଶ୍ଵରେ ଗଦା କରାଯାଇଅଛି ଯାହା ଦୁର୍ଗନ୍ଧ ସୃଷ୍ଟି କରୁଥିବାରୁ ଆଗନ୍ତୁକ ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି। ଉକ୍ତ ହୋଟେଲଟି ବିଜୁ ମୈଦାନଠାରେ ନିର୍ମାଣ ହେବା ଦିନଠାରୁ ବିବାଦରେ ରହିଥିବା ବେଳେ ଏବେ ପଡିଆ କୁ ଅପରିଷ୍କାର କରିବା ସାଧାରଣରେ ଉଦବେଗ ପ୍ରକାଶ ପାଇଛି ।ପୌରପାଳିକା ଏଥିପ୍ରତି କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହେଉଛି।