ନିଜେ ବିଛାଇ ଥିବା ଫାସରେ ଲାଗି ଶିକାରୀ ପ୍ରାଣଗଲା

You are currently viewing ନିଜେ ବିଛାଇ ଥିବା ଫାସରେ ଲାଗି ଶିକାରୀ ପ୍ରାଣଗଲା

ଅନୁଗୁଳ: ଅନୁଗୁଳ ବ୍ଳକ ତଥା ପମ୍ପାସର୍ ବନାଞ୍ଚଳରେ ବନ୍ୟଜନ୍ତୁ ଶିକାର ପାଇଁ ବିଛା ହୋଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣକର ଶୋଚନୀୟ ମୃତ୍ୟୁ ହୋଇଛି। ମୃତକ ପୁରୁଣାକୋଟ ଥାନା ରୋଡ଼ସିଙ୍ଗା ଗ୍ରାମର ଉମାକାନ୍ତ ପ୍ରଧାନ (୫୫)। ଜନ୍ତୁ ଶିକାର ପାଇଁ ସହଯୋଗୀ ସହ ନିଜେ ବିଛାଇ ଥିବା ଫାସରେ ଲାଗି ଏହି ଅଘଟଣ ଘଟିଥିବା କୁହାଯାଉଛି। ଉମାକାନ୍ତ ବାରହା ଶିକାର ପାଇଁ ବିଦ୍ୟୁତ ତାର ବିଛାଇଥିଲେ । ଏ ଖବର ବନ ବିଭାଗ ପାଇବା ପରେ ବନବିଭାଗ ତରଫରୁ ଚଢ଼ାଉ କରାଯାଇଥିଲା । ଚଢାଉ ଖବର ଶୁଣି ଉମାକାନ୍ତ ବିଚ୍ଛାଇ ଥିବା ତାର ନେଇ ଯିବା ପାଇଁ ଚେଷ୍ଟା କରୁଥିବା ସମୟରେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଯାଇଥିଲେ ।ଘଟଣାସ୍ଥଳରେ ପୁଲିସ ପହଞ୍ଚି ଘଟଣାର ତଦନ୍ତ ଚଳାଇଛି।

Share

Leave a Reply