ଅନୁଗୁଳ ଫ୍ୟାମିଲି କୋର୍ଟର ନିର୍ଦ୍ଦେଶରେ ସ୍ବାମୀକୁ ମିଳିଲା ଦାମ୍ପତ୍ୟ ଅଧିକାର

You are currently viewing ଅନୁଗୁଳ ଫ୍ୟାମିଲି କୋର୍ଟର ନିର୍ଦ୍ଦେଶରେ ସ୍ବାମୀକୁ ମିଳିଲା ଦାମ୍ପତ୍ୟ ଅଧିକାର
Law Judge Gavel And Legality Symbol

ଅନୁଗୁଳ: କୁହାଯାଏ ଘର ପରିବାର ସ୍ବର୍ଗ କିନ୍ତୁ ସେହି ପରିବାରରେ ଯେତେବେଳେ ଅଶାନ୍ତି ଦେଖାଦିଏ ସେତେବେଳେ ଏହାକୁ ସୁଧାରିବା ପାଇଁ ବ୍ୟକ୍ତି ପରିବାର ଅଦାଲତର ଆଶ୍ରୟ ନେଇଥାଏ।ଏଭଳି ଏକ ଘଟଣାରେ ଅନୁଗୁଳ ପରିବାର ଅଦାଲତ ଉଜୁଡ଼ିବାକୁ ବସିଥିବା ଏକ ପରିବାରକୁ ସଜାଡ଼ିବା ପାଇଁ ନିଜ ଛାଟ ପ୍ରୟୋଗ କରିଛନ୍ତି।

ଅଦାଲତର ରାୟ ଅନୁସାରେ ଅନୁଗୁଳ ଜିଲ୍ଲା ଏକଘରିଆ ଅଞ୍ଚଳର ମାନସ ଶତପଥୀ ଯିଏ କି ଗୋଟିଏ ଘରୋଇ ସଂସ୍ଥାରେ ଚାକିରି କରନ୍ତି ଗତ ୧.୫.୨୦୧୪ ରେ ନୂଆ ଜରାଶିଂହା ଅଞ୍ଚଳର ଦ୍ରୌପଦୀ ଦାଶଙ୍କୁ ବିବାହ କରିଥିଲେ।୭.୨.୨୦୨୨ ଯାଏଁ ସେମାନଙ୍କ ପାରିବାରିକ ସଂସାର ଠିକ୍ ଚାଲିଥିଲା। କିନ୍ତୁ ୮.୨.୨୦୨୨ ଦିନ ଦ୍ରୌପଦୀ ହଠାତ୍ ନିଜ ବାପ ଘରକୁ ଚାଲି ଯାଇଥିଲେ। ମାନସ ତାଙ୍କୁ ଫେରାଇ ଆଣିବା ପାଇଁ ଶ୍ଵଶୁର ଘରକୁ ବାରମ୍ବାର ଯାଇ ନିରାଶ ହୋଇ ଥିଲେ।ଦ୍ରୌପଦୀ ଦୁଇଟି ସର୍ତ୍ତରେ ତାଙ୍କ ସହ ଯିବେ ବୋଲି ମାନସଙ୍କୁ କହିଥିଲେ। ସେ ପରିଣତ ବୟସରେ ପହଞ୍ଚିଥିବା ଶାଶୁ ଶ୍ଵଶୁରଙ୍କ ସେବା କରିପାରିବେ ନାହିଁ।ଦ୍ଵିତୀୟରେ ଅନୁଗୁଳ ଟାଉନ୍ ରେ ତାଙ୍କ ପାଇଁ ଘରଭଡା ନେଇ ରଖିବେ। ମାନସ ଏହି ଦୁଇଟି ସର୍ତ୍ତ ପୂରଣ କରିପାରିବେ ନାହିଁ ବୋଲି କହିବାରୁ ଦ୍ରୌପଦୀ ତାଙ୍କୁ ଗାଳି ଗୁଲଜ କରି ତଡି ଦେଇଥିଲେ। ଓଲଟି ମାନସଙ୍କ ନାଁରେ ଏକ ଯୌତୁକନିର୍ଯାତନା କେଶ ସମଲ ଥାନାରେ ଦେଇଥିଲେ।

ଏଇଠୁ ମାନସଙ୍କ ଜୀବନରେ ଝଡ଼ ସୃଷ୍ଟି ହୋଇଥିଲା। ଥାନା ଓ କୋର୍ଟରୁ ଜାମିନରେ ଆସିବା ପରେ ଘର କାମ ପାଇଁ ଚାକିରି ମଧ୍ୟ ଛାଡିଥିଲେ। ତାଙ୍କର ଆଠ ବର୍ଷର ଝିଅ ଓ ସାଢେ଼ ତିନି ବର୍ଷର ପୁଅର ସେବା ସହ ରୋଗିଣ। ବାପା ମା ଙ୍କ ଭଲ ମନ୍ଦ ବୁଝୁଥିଲା।ଏହାପରେ ମାନସ ବାଧ୍ୟ ହୋଇ ହିନ୍ଦୁ ବିବାହ ଆଇନ ଅନୁସାରେ ନିଜ ଦାମ୍ପତ୍ୟ ଅଧିକାର ପାଇବା ପାଇଁ ଶେଷରେ ସେ ୬.୨.୨୦୨୩ ରେ ଅନୁଗୁଳ ପରିବାର ଅଦାଲତର ଆଶ୍ରୟ ନେଇଥିଲେ।ଶେଷରେ ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଆଧାର କରି ଅନୁଗୁଳ ପରିବାର ଅଦାଲତ ପକ୍ଷରୁ ନ୍ୟାୟାଧୀଶ ସଦାଶିବ ଜେନା ଗତ ୧୩.୩.୨୦୨୪ ଦିନ ନିଜ ରାୟରେ ଦ୍ରୌପଦୀଙ୍କୁ ମାନସଙ୍କ ସହ ମିଳିମିଶି ରହିବା ପାଇଁ ନିର୍ଦ୍ଦେଶ ଦେବା ସହ ତିନି ମାସ ମଧ୍ୟରେ ଏଥିରେ ବ୍ୟତିକ୍ରମ ଘଟିଲେ ମାନସ ଆଇନ ଅନୁସାରେ ପଦକ୍ଷେପ ନେଇପାରିବେ ବୋଲି ରାୟରେ ଦର୍ଶାଇ ଛନ୍ତି। ଅଭିଯୋଗକାରୀ ମାନସ ପକ୍ଷରୁ ବରିଷ୍ଠ ଆଇନଜୀବି ଯଶୋବନ୍ତ ନାରାୟଣ ପାଠୀ ମକଦ୍ଦମା ପରିଚାଳନା କରିଥିଲେ।

Share

Leave a Reply