ଦେଶରେ ପ୍ରଥମ: ଅନୁଗୁଳ ଅଗ୍ନିଶମ ବାହିନୀକୁ ମିଳିବ କେ-୯

You are currently viewing ଦେଶରେ ପ୍ରଥମ: ଅନୁଗୁଳ ଅଗ୍ନିଶମ ବାହିନୀକୁ ମିଳିବ କେ-୯

ଅନୁଗୁଳ: ଦେଶରେ ପ୍ରଥମ ଥର ପାଇଁ ଓଡିଶା ଅଗ୍ନିଶମ ଓ ଜରୁରୀକାଳୀନ ସେବା ବିଭାଗକୁ କେ-୯ ଅର୍ଥାତ ପୋଲିସ କୁକୁର ମିଳିବ। ଏଥିପାଇଁ ୧୦ ଟି ଉନ୍ନତ ପ୍ରଜାତିର କୁକୁର ରାଜସ୍ଥାନରୁ ଅଣାଯାଇଛି। ତିନୋଟି ବେଲଜିଆଁନ ମେଲୋଇନିସ ଏବଂ ସାତଟି ଲାବ୍ରାଡାର ରିଟ୍ରିଭରସ।

ସେମାନଙ୍କୁ ନରାଜ ସ୍ଥିତ ତାଲିମ କେନ୍ଦ୍ରରେ ୫୪ ସପ୍ତାହର ତାଲିମ ପରେ ବିଭିନ୍ନ ଜିଲ୍ଲାକୁ ପଠାଯିବ। ଅନୁଗୁଳ,କଟକ,ଭୁବନେଶ୍ୱର ଆଦି କେତେକ ବଛା ବଛା ସହରକୁ ସେମାନଙ୍କୁ ପଠାଯିବ। ୨୦୨୩ ବାହାନଗା ରେଳ ଦୁର୍ଘଟଣା ପରେ ଏଭଳି ଡଗ ସ୍କ୍ୱାର୍ଡର ଆବଶ୍ୟକତା ଅନୁଭବ କରାଯିବାପରେ ଏଭଳି ନିଷ୍ପତ୍ତି ନିଆଯାଇଛି। ଭୂମିକମ୍ପ, ଭୁସ୍ଖଳନ, ରେଳ ଦୁର୍ଘଟଣା ଆଦି ସମୟରେ ଶବ ତଥା ଜୀବିତ ବ୍ୟକ୍ତିଙ୍କୁ ଖୋଜି ବାରେ ଏହି କେ-୯ ଡଗ ବିଶେଷ ସହାୟକ ହେବ।

Share

Leave a Reply