ଅନୁଗୁଳ: କୁଖ୍ୟାତ ମଦ ମାଫିଆ ଜୟପ୍ରକାଶ ଅନୁଗୁଳରୁ ଫେରାର ହେବା
ପ୍ରାୟ ୩୬ ଘଣ୍ଟା ହେଲାଣି ହେଲେ ଅବକାରୀ ବିଭାଗର ହାତ ଖାଲି। ଜଣେ ଅଧିକାରୀ କହିଛନ୍ତି ବାଲେଶ୍ଵର, ଭଦ୍ରକ, କଟକ, ଅନୁଗୁଳ ଓ ସମ୍ବଲପୁରର ଅବକାରୀ ବିଭାଗ ଦିନରାତି ଏକ କରି ମଦ ମାଫିଆ ଜୟପ୍ରକାଶକୁ ଖୋଜୁଛନ୍ତି। ନିଶ୍ଚିତ ରୂପେ ତାକୁ ଧରିବୁ ବୋଲି ଦୃଢୋକ୍ତି କରିଛନ୍ତି ଅଧିକାରୀ ଜଣକ। ଜୟପ୍ରକାଶ କୌଣସି ସୂତ୍ରରୁ ଖବର ପାଇ ସକାଳ ପ୍ରାୟ ୯ଟା ରେ ସପରିବାର ଖସି ପଳାଇ ଥିଲା। ଅବକାରୀ ବିଭାଗର ଅଧିକାରୀ ମାନେ ଜୟପ୍ରକାଶର ମୋବାଇଲ୍କୁ ଟ୍ରାକ୍ କରି କାଣ୍ଡସର ପର୍ଯ୍ୟନ୍ତ ଯାଇଥିଲେ ମାତ୍ର ତା ପରଠାରୁ ମୋବାଇଲ୍ ସୁଇଚ ଅଫ ହୋଇଯାଇଥିଲା। ବର୍ତ୍ତମାନ ପ୍ରଶ୍ନ ଉଠୁଛି ଜୟପ୍ରକାଶ ସାମଗ୍ରୀକୁ ନେଇ କେଉଁଠି ବଟଲିଂ ହେଉଥିଲା ? ଅନୁଗୁଳର କୌଣସି ମଦ ବେପାରୀଙ୍କ ସହ ତାର ସମ୍ପର୍କ ଅଛିକି ? ଅନୁଗୁଳ ଅବକାରୀ ବିଭାଗର କେହି କର୍ମଚାରୀ ଜୟପ୍ରକାଶ ସହ ସମ୍ପର୍କରେ ଥିଲେ କି? ଜୟପ୍ରକାଶର କଲ୍ ରେକର୍ଡର ଡିଟେଲସ୍ ମିଳିଲେ ସେ କାହା ସହ ସମ୍ପର୍କରେ ଥିଲା ତାହା ଜଣା ପଡ଼ିଲେ ଜୟପ୍ରକାଶକୁ ଧରିବା ସହଜ ହୋଇଯିବ। ତେବେ ସେ ଯାହା ହେଉ ଅନୁଗୁଳ ଅବକାରୀ ବିଭାଗ ପକ୍ଷରୁ
ଆଜି ଚଢାଉକୁ ଜୋରଦାର କରା ଯାଇ ବିଭିନ୍ନ ଅଞ୍ଚଳରୁ ତିନି ଜଣକୁ ଗିରଫ କରାଯାଇଛି। ପଞ୍ଚମହଲ। ଅଞ୍ଚଳରେ ରହୁଥିବା ସୁଦର୍ଶନ ମହାନ୍ତିଙ୍କ ଘର ଉପରେ ଚଢାଉ କରାଯାଇ ୪୦ ଲିଟର ନକଲି ବିଦେଶୀ ମଦ ୨୦ ଲିଟର ସ୍ପିରିଟ ଓ ଏକ ସ୍କର୍ପିଓ ଗାଡି ଜବତ କରାଯାଇଛି।ଗିରଫ ସୁଦର୍ଶନ ଏ ନକଲି ମଦ ନରସିଂହପୁର ଅଞ୍ଚଳରେ ବିକ୍ରି କରୁଥିଲା ବୋଲି ପ୍ରକାଶ କରିଛି। ସେହିଭଳି ଚୋରା ବିଦେଶୀ ମଦ କାରବାର ଅଭିଯୋଗରେ ତଳମୂଳ ଅଂଚଳର ମନ୍ଦର୍ ମଲିକ ଓ ଅନୁଗୁଳ ହାଟଛକ ଅଞ୍ଚଳର ବିଛନ୍ଦ ପ୍ରଧାନଙ୍କୁ ଗିରଫ କରାଯାଇଛି।
1
f600b249-5c54-442c-a949-d6bc81000fab
Prev Post
Next Post