ଜନ ସେବା କେନ୍ଦ୍ରରେ ନିଆଁ ଲଗାଇଲେ ଦୁର୍ବୃତ୍ତ

You are currently viewing ଜନ ସେବା କେନ୍ଦ୍ରରେ ନିଆଁ ଲଗାଇଲେ ଦୁର୍ବୃତ୍ତ

ଅନୁଗୁଳ: ଅନୁଗୁଳ ସଦର ଥାନା ଅନ୍ତର୍ଗତ ଅଙ୍ଗାରବନ୍ଧ ପଞ୍ଚାୟତରେ ଥିବା ଏକ ଗ୍ରାହକ‌ ସେବା କେନ୍ଦ୍ରରେ ଦୁର୍ବୃତ୍ତମାନେ ସୋମବାର ରାତିରେ ନିଆଁ ଲଗାଇ‌ ଦେଇଛନ୍ତି। ଜନ ସେବା କେନ୍ଦ୍ରରେ ନିଆଁ ଲାଗିବା ଦ୍ବାରା କମ୍ପ୍ୟୁଟର ଓ ଅନ୍ୟ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ସମେତ ବହୁ ଜିନିଷ ପୋଡି ପାଉଁଶ ହୋଇଯାଇଛି। ଏହି ଘଟଣା ରାଜନୀତିକୁ ନେଇ ହୋଇଥିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି। ଥାନାରେ ହୋଇଥିବା ଅଭିଯୋଗ ଅନୁସାରେ ପଞ୍ଚାୟତ ନିର୍ବାଚନକୁ ନେଇ ଦୁର୍ବୃତ୍ତମାନେ ଜନ ସେବା କେନ୍ଦ୍ରରେ ନିଆଁ ଲଗାଇଛନ୍ତି। ସୋମବାର ଭୋଟ୍ ଗଣତି ହୋଇଥିଲା। ଏଥିରେ ଜଣେ ସରପଞ୍ଚ ପ୍ରାର୍ଥୀଙ୍କ ପରାଜୟ କାରଣରୁ ଦୁର୍ବୁତ୍ତ ମାନେ ଜନ ସେବା କେନ୍ଦ୍ରରେ ନିଆଁ ଲଗାଇ ଦେଇଥିଲେ ବୋଲି ଅଭିଯୋଗ ହୋଇଛି। ଅଭିଯୋଗପାଇ ପୁଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ କରୁଛି।

Share

Leave a Reply