ଅନୁଗୁଳ: ସମୟ ଆଜି ସନ୍ଧ୍ୟା ସାତଟା। ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଷ୍ଟୋର ଗୋଦାମର ହଟାତ୍ ସାଇରନ ବାଜି ଉଠିଲା। ଏହା ଦେଖି ସିକ୍ୟୁରୀଟି ଗାର୍ଡ ମାନେ ଧାଇଁ ଆସିଲେ। ଗୋଦାମ ତାଲା ପଡ଼ିଥିଲା। ଏହା ପରେ ଷ୍ଟୋର ମୁଖ୍ୟ ଫାର୍ମାସିଷ୍ଟ ଖବର ଶୁଣି ଧାଇଁ ଆସିଲେ। ନିଆଁ ଲାଗିଥିଲେ ଅନର୍ଥ ନିଶ୍ଚିତ। ତେବେ ବାବୁ ଗୋଦାମ ଦ୍ୱାର ଖୋଲି ଦେଖିଲେ ଭିତରେ ନିଆଁ ନାହିଁ କି ଧୂଆଁ ନାହିଁ। ପଚାରିବାରୁ କହିଲେ ବୋଧେ ମୂଷା ବଜେଇ ଦେଇଥିବ। ଶୁଣିଲୁ ମୂଷା ଏମିତି ଚାରି ପାଞ୍ଚ ଥର ବଜାଇଲାଣି। ମୂଷାଙ୍କୁ ଜବତ କରିବାକୁ କହି ଆମେ ସେଠାରୁ ଫେରିଲୁ ।
ମୂଷା ବଜାଇଲା ଫାୟାର ଆଲର୍ମ
- Post published:November 24, 2022
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Biswaranjan Pattnaik

Tags: Angul