ଅନୁଗୁଳ: ସ୍ଥାନୀୟ ତାମ୍ରିତ୍ କଲୋନୀ ବା ୱାର୍ଡ ନମ୍ବର ୧୫ରେ ପିପିପି ମୋଡରେ ନିର୍ମାଣ ହୋଇଥିବା ନୂଆ ବସ୍ ଷ୍ଟାଣ୍ଡ ଆସନ୍ତା ମାର୍ଚ୍ଚ ୧୫ ତାରିଖରେ କାର୍ଯ୍ୟକାରୀ ହେବ ବୋଲି ଜଣାପଡ଼ିଛି। ଏଥି ନେଇ ଅନୁଗୁଳ ପୌରପାଳିକା ପକ୍ଷରୁ ଅନୁଗୁଳ ବସ୍ ମାଲିକ ସଂଘକୁ ଗତ ୨୦ ତାରିଖରେ ବିଧିବଦ୍ଧ ଚିଠି କରାଯାଇଛି। ଏହି ବସ୍ ଷ୍ଟାଣ୍ଡ ଉଦଘାଟିତ ହୋଇ ସାରିଥିଲେ ମଧ୍ୟ ପାର୍କିଂ ଫିକୁ ନେଇ ବିବାଦ ରହିଥିଲା।ଶେଷରେ ଭୁବନେଶ୍ବର ରେ ସଚିବ ସ୍ତରୀୟ ଆଲୋଚନା ପରେ ନୂତନ ପାର୍କିଂ ଫି ସ୍ଥିର କରାଯାଇଛି। କିନ୍ତୁ ଇତି ମଧ୍ୟରେ ଚିଠି ସଂଘ ପାଖରେ ପହଞ୍ଚି ନାହିଁ।ରାଜ୍ୟ ସରକାରଙ୍କ ଦ୍ଵାରା ସ୍ଥିରି କୃତ ଫିକୁ ଯଦି ଷ୍ଟାଣ୍ଡ ନିର୍ମାଣ କରିଥିବା ସଂସ୍ଥା ଗ୍ରହଣ କରି ନିଏ ତେବେ ଉପରୋକ୍ତ ଦିନ ଷ୍ଟାଣ୍ଡ ଉଠି ଯିବା ନିଶ୍ଚିତ ।
ମାର୍ଚ୍ଚ ୧୫ରେ ନୂଆ ବସ୍ ଷ୍ଟାଣ୍ଡ କାର୍ଯ୍ୟକାରୀ ହେବ!
- Post published:February 22, 2023
- Post category:ମୁଖ୍ୟ ଖବର
- Post comments:0 Comments
- Post author:Biswaranjan Pattnaik

Tags: Angul