ଅନୁଗୁଳ: ସ୍କୁଲରେ ପିଲାଙ୍କ ଆଧାର ପଞ୍ଜୀକରଣ ହେବା ସହ ଆଧାର କାର୍ଡରେ ଥିବା ତ୍ରୁଟି ସଂଶୋଧନ ହେବ। ଆଧାର କ୍ୟାମ୍ପ୍ କରାଯାଇ ପ୍ରତି ପିଲାଙ୍କ ଆଧାର ପଞ୍ଜୀକରଣ କରାଯିବ। ଏଥିପାଇଁ ଓକାକ୍ ପକ୍ଷରୁ ଏସ୍ପି ଜାରି କରାଯାଇଛି। ବ୍ଲକ୍ ଶିକ୍ଷା ଅଧିକାରୀମାନେ ସ୍କୁଲରେ ଆଧାର ପଞ୍ଜୀକରଣ କରିବାକୁ ତାଲିକା ପ୍ରସ୍ତୁତ କରିବେ । ପ୍ରତି ଶିକ୍ଷା ସେସନ୍ ଆରମ୍ଭ ସମୟରେ ବ୍ଲକ୍ ନୋଡାଲ୍ ଅଧିକାରୀମାନେ ଆଧାର ପଞ୍ଜୀକରଣ ହୋଇନଥିବା ତଥା ସଂଶୋଧିତ ହେବାକୁ ଥିବା ପିଲାଙ୍କ ତାଲିକା କରିବେ । ଏନେଇ ଓଡ଼ିଶା ସ୍କୁଲ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା) ପକ୍ଷରୁ ଜିଲ୍ଲାପାଳମାନଙ୍କୁ ଚିଠି ଲେଖାଯାଇଛି।
ସ୍କୁଲରେ ହେବ ପିଲାଙ୍କ ଆଧାର ପଞ୍ଜୀକରଣ
- Post published:December 6, 2021
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Angul TV Bureau

Tags: Angul