ସ୍କୁଲ ପିଲାଙ୍କୁ ମେଧାବୀ କରିବାକୁ ଅନୁଗୁଳ ଜିଲ୍ଲା ପ୍ରଶାସନର ଅଭିନବ ପ୍ରୟାସ ‘ସମ୍ଭବ’ର ଦ୍ଵିତୀୟ ମୂଲ୍ୟାୟନ ଶେଷ

0

ଅନୁଗୁଳ: ଅନୁଗୁଳ ଜିଲ୍ଲା ଶିକ୍ଷା ତଥା ସମଗ୍ର ଶିକ୍ଷା ତରଫରୁ ଆରମ୍ଭ ହୋଇଥିବା ସମ୍ଭବର ଦ୍ଵିତୀୟ ମାସିକ ମୂଲ୍ୟାୟନ ଶେଷ ହୋଇଛି। ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ମଧ୍ୟରେ ପଢୁଥିବା ଛାତ୍ରଛାତ୍ରୀମାନଙ୍କ ନିରନ୍ତର ଓ ସାମଗ୍ରିକ ମୂଲ୍ୟାୟନକୁ ସୁଦୃଢ କରିବା ପାଇଁ ଜିଲ୍ଲାପାଳ ଅବଦାଲ ମହମ୍ମଦ ଅଖତରଙ୍କ ପରିକଳ୍ପନାରେ କେବଳ ଅନୁଗୁଳ ଜିଲ୍ଲାରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି।

ଏହି ମୂଲ୍ୟାୟନ କାର୍ଯ୍ୟକ୍ରମରେ ଜିଲ୍ଲାର ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ମଧ୍ୟରେ ପଢୁଥିବା ୧,୦୨,୭୯୨ ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ। ପ୍ରଥମରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ – ୩୦ ମାର୍କର ପ୍ରଶ୍ନାବଳୀ ( ଭାଷା, ଗଣିତ, ପରିବେଶ ପ୍ରତ୍ଯେକରୁ ୧୦ ମାର୍କର ପ୍ରଶ୍ନ ), ଚତୁର୍ଥ ଶ୍ରେଣୀରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ -୫୦ ମାର୍କର ପ୍ରଶ୍ନାବଳୀ ( ଭାଷା,ଗଣିତ, ପରିବେଶ, ବିଜ୍ଞାନ, ଇଂରାଜୀ ପ୍ରତ୍ଯେକରୁ ୧୦ ମାର୍କର ପ୍ରଶ୍ନ ), ଷଷ୍ଠ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ – ୬୦ ମାର୍କର ପ୍ରଶ୍ନାବଳୀ (ଭାଷା, ଗଣିତ, ବିଜ୍ଞାନ, ଇତିହାସ, ଭୂଗୋଳ, ଇଂରାଜୀ ପ୍ରତ୍ଯେକରୁ ୧୦ ମାର୍କର ପ୍ରଶ୍ନ ) ଛାତ୍ରଛାତ୍ରୀମାନଙ୍କୁ ଯୋଗାଇଦେଇ ମୂଲ୍ୟାୟନ କରାଯାଇଛି।

Leave A Reply

Your email address will not be published.

error: Content is protected !!