ଷ୍ଟାଇଲ ବଜାରର ଦ୍ଵିତୀୟ ସୋରୁମ୍ ଉଦ୍‌ଘାଟିତ

You are currently viewing ଷ୍ଟାଇଲ ବଜାରର ଦ୍ଵିତୀୟ ସୋରୁମ୍ ଉଦ୍‌ଘାଟିତ

ଅନୁଗୁଳ: ଅନୁଗୁଳ ସହର ଶଙ୍କର ସିନେମା ରୋଡର ଜିଏସ୍ ସେଣ୍ଟର୍(ମଲ୍) ଠାରେ ଷ୍ଟାଇଲ ବଜାରର ଦ୍ଵିତୀୟ ସୋରୁମ୍ ଉଦ୍‌ଘାଟିତ ହୋଇଯାଇଛି। ସୋରୁମ୍‌ର ମ୍ୟାନେଜିଂ ପାର୍ଟନର ଦୀନେଶ ଅଗରୱାଲ ଓ ଭଗବାନ ପ୍ରସାଦ ଉଦ୍‌ଘାଟନ କରିଥିଲେ। ଦେଶର ୧୦୧ ତମ ଏହି ସୋରୁମ୍ ଅନୁଗୁଳ ଜିଲ୍ଲା ବାସୀଙ୍କୁ ଉତ୍ତମ ଦାମରେ ଗୁଣାତ୍ମକ ଏବଂ ଫେଶନେବଲ ରେଡ଼ିମେଡ୍
ପୋଷାକ ଯୋଗାଇବ ବୋଲି ଅତିଥିମାନେ ପ୍ରକାଶ କରିଥିଲେ।

ସମାରୋହରେ ମଲ୍‌ର ସ୍ଵତ୍ଵାଧିକାରୀ ସୀତାରାମ ମାଣ୍ଡୋଠୀଆ ଉପସ୍ଥିତ ଥିଲେ। ଏଠାରେ ସୂଚନାଯୋଗ୍ୟ ଯେ ଏହି ସୋରୁମ୍‌ରେ ସାରା ପରିବାରକୁ ପସନ୍ଦ ହେଲା ଭଳି ମେନ୍ସ ଓୟାର, ଲେଡିଜ୍ ଓୟାର, କିଡସ୍ ଓୟାର ଏବଂ ଅକ୍ସେଶରିଜ୍ ଆକର୍ଷକ ଦାମରେ ମିଳୁଛି। ଉଦ୍‌ଘାଟନୀ ସମାରୋହ ଅବସରରେ ସୋରୁମ୍‌ରେ ବେଶ୍ ଭିଡ଼ ଦେଖିବାକୁ ମିଳିଥିଲା। କରୋନା କଟକଣା ମଧ୍ୟରେ କାରବାର କରାଯାଇଥିଲା ।

Share

Leave a Reply