ଅନୁଗୁଳ : ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିବାରୁ ଆଜି ସ୍ୱିପର କଲୋନୀ ପାଖରେ ରହୁଥିବା ବସ୍ତି ବାସିନ୍ଦା ପୌର ଅଧିକାରୀଙ୍କୁ ସାକ୍ଷାତ କରି ଦାବି ଜଣାଇଛନ୍ତି। କାଉନସିଲର ବଳରାମ ଜେନାଙ୍କ ନେତୃତ୍ୱରେ ବସ୍ତିର ୫୦ଟି ପରିବାର ପୌର ଅଧିକାରୀଙ୍କୁ ଭେଟି ଡ୍ରେନେଜ ବ୍ୟବସ୍ଥା ନ ଥିବା ନେଇ ଅଭିଯୋଗ କରିଥିଲେ। ତାଙ୍କ ଅଭିଯୋଗ ଅନୁସାରେ, ଏହି ସ୍ଥାନରେ ସେମାନେ ୫୦ ପରିବାର ବାସ କରୁଥିବା ବେଳେ ୨୦ ଜଣଙ୍କୁ ଜାଗା ମିଶନ ମାଧ୍ୟମରେ ପଟ୍ଟା ମିଳିଛି। ତଥାପି ତାଙ୍କ ସମସ୍ୟା ସମାଧାନ ହେଉନଥିବାରୁ ସେ ପୌର ଅଧିକାରୀଙ୍କୁ ସାକ୍ଷାତ କରିଛନ୍ତି। ପୌର ଅଧିକାରୀ ଖୁବ ଶୀଘ୍ର ଡ୍ରେନେଜ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିବା ଜଣାଯାଇଛି।
ଡ୍ରେନେଜ ସୁବିଧା ପାଇଁ ପୌର ଅଧିକାରୀଙ୍କୁ ସାକ୍ଷାତ କଲେ ବସ୍ତି ବାସିନ୍ଦା
- Post published:February 6, 2023
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Angul TV Bureau

Tags: Angul