ଭୁବନେଶ୍ୱର: ଆସନ୍ତା ଅଗଷ୍ଟ ୭, ୮ ଓ ୯ ତାରିଖରେ ଅନୁଷ୍ଠିତ ହେବ ରାଜ୍ୟ ସରକାରଙ୍କ ନିବେଶକ ସମ୍ମିଳନୀ l ପୁଣେ ଓ ଅହମ୍ମଦାବାଦରେ ଏହି ସମ୍ମିଳନୀ ହେବ l ଏ ନେଇ ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ ସୂଚନା ଦେଇଛନ୍ତି l ଏହି ସମ୍ମିଳନୀରେ ଅଟୋମୋବାଇଲ୍, ଫୁଡ୍ ପ୍ରୋସେସିଂ, ଡାଉନ୍ ଷ୍ଟ୍ରିମ୍ ଇଣ୍ଡଷ୍ଟ୍ରି ଆଦି ଯୋଗଦେବେ l
ସୂଚନା ଅନୁସାରେ, ଆସନ୍ତା ଅଗଷ୍ଟ ୭ ତାରିଖରୁ ପୁଣେ ଓ ଅହମ୍ମଦାବାଦରେ ନିବେଶକ ସମ୍ମିଳନୀ ଆରମ୍ଭ ହେବ l ଅଗଷ୍ଟ ୯ ପର୍ଯ୍ୟନ୍ତ ଏହା ଜାରି ରହିବ l ଏହି ସମ୍ମିଳନୀରେ ଶିଳ୍ପ, ଏମଏସଏମଇ ମନ୍ତ୍ରୀଙ୍କ ସହ ଅନ୍ୟ ବିଭାଗୀୟ ଅଧିକାରୀମାନେ ଯୋଗ ଦେବେ l ତେବେ ୨୦୨୯ ସୁଦ୍ଧା ଅଢ଼େଇ ଲକ୍ଷ କୋଟିରୁ ଅଧିକ ପୁଞ୍ଜି ଆଣିବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର l ଚଳିତ ବର୍ଷ ଉତ୍କଳ ଉତ୍କର୍ଷ ସମ୍ମିଳନୀ ଆୟୋଜିତ କରି ଅଧିକ ପୁଞ୍ଜି ଆଣିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି l