ପିଲାଙ୍କ ଠୁ ଘସାମୋଡା ଖାଇ ଶିକ୍ଷକ ନିଲମ୍ବିତ

You are currently viewing ପିଲାଙ୍କ ଠୁ ଘସାମୋଡା ଖାଇ ଶିକ୍ଷକ ନିଲମ୍ବିତ

ଅନୁଗୁଳ: ଗତ ଶୁକ୍ରବାର ଅନୁଗୁଳ ବ୍ଲକ ଶରଧାପୁର ପଞ୍ଚାୟତ ଅନ୍ତର୍ଗତ ପ୍ରାଥମିକ ବିଦ୍ୟାଳୟରେ ଏଭଳି ଏକ ଘଟଣା ଘଟିଛି ଯାହାକୁ ନେଇ ଜିଲ୍ଲା ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି। ଏହି ସ୍କୁଲର ଜଣେ ବରିଷ୍ଠ ଶିକ୍ଷକ ପିଲାଙ୍କ ଠୁ ଘସା ମୋଡ। ଖାଇ ନିଲମ୍ବିତ ହୋଇଛନ୍ତି।

ଘଟଣାଟି ଏହିପରି। ଖରାବେଳ ସମୟ ବରିଷ୍ଠ ଶିକ୍ଷକ ମହେଶ୍ୱର ମିଶ୍ର କ୍ଳାସ ରୁମରେ ଚୌକିରେ ବସିଛନ୍ତି। ଛାତ୍ରଛାତ୍ରୀଙ୍କୁ ଆଦେଶ ହେଲା ଦେହ କସମସ ଲାଗୁଚି, ଟିକେ ଘଷି ମୋଡି ଦିଅ। ପିଲେ ଏତିକିରେ ଘସା ମୋଡ଼ାରେ ଲାଗିଗଲେ। ସାର ମୁହଁରେ ଗାମୁଛା ଗୋଟେ ପକାଇ ଦେଲେ। ଘସା ଖାଉ ଖାଉ ସାରଙ୍କୁ ଏଣେ ନିଦ ଆସିଗଲା। ଏଣେ ସାର କହିଛନ୍ତି ମାନେ ଘସା ବନ୍ଦ ହଉନି। ପିଲାଙ୍କ ଘସା ମୋଡ଼ାରେ ସାରଙ୍କ ପ୍ୟାଣ୍ଟ ମଧ୍ୟ ଅସ୍ତବ୍ୟସ୍ତ।ଏତିକି
ବେଳେ ଅତର୍କିତ ଭାବେ ସ୍କଲରେ ପହଁଚିଲେ ସ୍କୁଲ ପରିଦର୍ଶକ। ସାରଙ୍କ ଏ ହାଲ ଦେଖି ତାଙ୍କ ମୁଣ୍ଡ କଣ ହୋଇଗଲା। ତାଙ୍କ ଡାକ ଶୁଣି ସାର ବାଉଳି ଚାଉଳି ହୋଇଉଠିଲେ। ପରିଦର୍ଶକ ରାଗି ଲାଲ ପଡିଯିବା ସହ ଏଭଳି କାର୍ଯ୍ୟ ପାଇଁ ତାଙ୍କୁ ନିଲମ୍ବନ କରିଛନ୍ତି। ଆଉ ଜଣେ ଶିକ୍ଷକ ମଧ୍ୟ ବିନା
ଅନୁମତିରେ ସ୍କୁଲରେ ଅନୁପସ୍ଥିତ ଥିଲେ। ତାଙ୍କ ବିରୁଦ୍ଧରେ ମଧ୍ୟ ଖୁବ ଶୀଘ୍ର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲା ଶିକ୍ଷା ଅଧିକାରୀ ନିରଞ୍ଜନ ସାହୁ ଏଟିଭିକୁ ଫୋନ ଯୋଗେ ଜଣାଇଛନ୍ତି। ଶିକ୍ଷକଙ୍କ ଏଭଳି କାର୍ଯ୍ୟ ନିନ୍ଦନୀୟ ବୋଲି ଶ୍ରୀ ସାହୁ କହିଛନ୍ତି।

Share

Leave a Reply