ଖସୁଛି ପାରଦ, ଥରୁଛି ରାଜ୍ୟ : ୩ରୁ ୪ ଡିଗ୍ରୀ ଯାଏ କମିବ ତାପମାତ୍ରା

You are currently viewing ଖସୁଛି ପାରଦ, ଥରୁଛି ରାଜ୍ୟ : ୩ରୁ ୪ ଡିଗ୍ରୀ ଯାଏ କମିବ ତାପମାତ୍ରା

ଭୁବନେଶ୍ୱର : ଖସୁଛି ପାରଦ, ଥରୁଛି ରାଜ୍ୟ। ରାଜ୍ୟରେ ଶୀତର ଲହରୀ ଜାରି ରହିଛି। ତେବେ ଆଗକୁ ଆହୁରି ବି ବଢ଼ିବ ଥଣ୍ଡା। ଆଗାମୀ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଅନେକ ସ୍ଥାନରେ ୩ରୁ ୪ ଡିଗ୍ରୀ ଯାଏ ରାତି ତାପମାତ୍ରା ତଳକୁ ଖସିବ।

ରାଜ୍ୟରେ ୧୦ ଡିଗ୍ରୀ ତଳେ ୨୦ ଟି ସହର ରହିଛି। ଝାରସୁଗୁଡ଼ାରେ ସର୍ବନିମ୍ନ ୫.୬ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି । ସେହିପରି ରାଉରକେଲାରେ ୬ ଓ ସୁନ୍ଦରଗଡ଼ରେ ୭ ଡିଗ୍ରୀ ରେକର୍ଡ କରାଯାଇଛି । ଅନ୍ୟପଟେ କଟକ ଓ ଭୁବନେଶ୍ୱରରେ ସର୍ବନିମ୍ନ ରାତି ତାପମାତ୍ରା ରେକର୍ଡ ହୋଇଛି। କଟକରେ ତାପମାତ୍ରା ୧୧ ଡିଗ୍ରୀ ଥିବା ବେଳେ ଭୁବନେଶ୍ୱରରେ ୧୧.୫ ଡିଗ୍ରୀ ରହିଛି। ଗତ ରାତି ତୁଳନାରେ ତାପମାତ୍ରା ୩ ଡିଗ୍ରୀ କମିଛି। ଆଗକୁ ଆହୁରି ୩ରୁ ୪ ଡିଗ୍ରୀ ଖସିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।

Share

Leave a Reply