ହୁ ହୁ ହୋଇ ଜଳିଲା ଟାଟା ଷ୍ଟିଲ ସମ୍ମୁଖରେ ଠିଆ ହୋଇଥିବା ଟ୍ରକ୍

You are currently viewing ହୁ ହୁ ହୋଇ ଜଳିଲା ଟାଟା ଷ୍ଟିଲ ସମ୍ମୁଖରେ ଠିଆ ହୋଇଥିବା ଟ୍ରକ୍

ଅନୁଗୁଳ: ଟାଟା ଷ୍ଟିଲ ସମ୍ମୁଖରେ ଆଜି ଏକ ଟ୍ରକରେ ନିଆଁ ଲାଗି ଯାଇଛି। କିନ୍ତୁ ସୌଭାଗ୍ୟବଶତଃ ଡ୍ରାଇଭର ଏହି ଦୁର୍ଘଟଣାରେ ଅଳ୍ପକେ ବର୍ତ୍ତିଯାଇଛନ୍ତି।

ସୂଚନା ମୁତାବକ, ଆଜି ସନ୍ଧ୍ୟାରେ ଟାଟା ଷ୍ଟିଲ ଗେଟ୍ ସମ୍ମୁଖରେ ଏକ ଚଳନ୍ତା ଟ୍ରକରେ କୌଣସି କାରଣରୁ ନିଆଁ ଲାଗିଯାଇଥିଲା। ସ୍ଥାନୀୟ ଲୋକ ଏହା ଦେଖି ତୁରନ୍ତ ବଅଁରପାଳ ଦମକଳ ବାହିନୀକୁ ଫୋନ କରି ସୂଚନା ଦେଇଥିଲେ। ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆକୁ ଆୟତ୍ତ କରିଥିଲା। ଏହି ଅଗ୍ନିକାଣ୍ଡରେ ଡ୍ରାଇଭର ଅଳ୍ପକେ ବର୍ତ୍ତିଯାଇଥିବା ବେଳେ କାହାର କିଛି କ୍ଷୟ କ୍ଷତି ହୋଇନଥିବା ଜଣାଯାଇଛି।

Share

Leave a Reply