ଏସୀୟ କ୍ରୀଡ଼ାରେ ସଫଳତା ପାଇଁ ଓଡ଼ିଆ ପୁଅ କିଶୋର କୁମାର ଜେନାଙ୍କ ସହ ଫୋନ୍ ଯୋଗେ କଥା ହୋଇ ଅଭିନନ୍ଦନ ଜଣାଇଲେ କେନ୍ଦ୍ରମନ୍ତ୍ରୀ

You are currently viewing ଏସୀୟ କ୍ରୀଡ଼ାରେ ସଫଳତା ପାଇଁ ଓଡ଼ିଆ ପୁଅ କିଶୋର କୁମାର ଜେନାଙ୍କ ସହ ଫୋନ୍ ଯୋଗେ କଥା ହୋଇ ଅଭିନନ୍ଦନ ଜଣାଇଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର: ଚୀନର ହ୍ୱାଙ୍ଗଝୋ ଠାରେ ଅନୁଷ୍ଠିତ ଏସୀୟ କ୍ରୀଡ଼ାରେ ଜାଭେଲିନ୍ ଥ୍ରୋ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ନୀରଜ ଚୋପ୍ରା ଓ ରୌପ୍ୟ ପଦକ ହାସଲ କରିଥିବା ଓଡ଼ିଆ ଆଥଲେଟ୍ କିଶୋର କୁମାର ଜେନାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କିଶୋରଙ୍କ ସହ ଫୋନ୍ ଯୋଗେ କଥା ହୋଇ ଶ୍ରୀ ପ୍ରଧାନ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ଏ ନେଇ କେନ୍ଦ୍ରମନ୍ତ୍ରୀ ଟ୍ୱିଟ୍ କରି କହିଛନ୍ତି, ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଓ ରୌପ୍ୟ ପଦକ ଜିତିଥିବା ଏହି ଯୁବ ଆଥଲେଟଙ୍କୁ ଶୁଭେଚ୍ଛା। ନୀରଜ ଓ କିଶୋରଙ୍କ ପ୍ରଦର୍ଶନ ଦେଖିବା ଭଳି ଥିଲା। କିଶୋରଙ୍କ ଏହି ସଫଳତା ଦେଶ ବିଶେଷ ଭାବରେ ଓଡ଼ିଆ ଲୋକଙ୍କୁ ଗର୍ବିତ କରିଛି। ଉଚ୍ଚକୋଟ୍ଟୀର ପ୍ରଦର୍ଶନ କରି ସେ ଯେଉଁ ସଫଳତା ହାସଲ କରିଛନ୍ତି, ତାହା ଅଭୂତପୂର୍ବ । ଦେଶକୁ ଗୌରବାନ୍ୱିତ କରିବା ପାଇଁ ତାଙ୍କ ଭିତରେ ଥିବା ଦୃଢ଼ ଇଚ୍ଛାଶକ୍ତି ଆମ ସମସ୍ତଙ୍କ ପାଇଁ ଗର୍ବର ବିଷୟ। କିଶୋର ଏହିଭଳି ଭାବରେ ଆଗକୁ ପଦକ ଜିତିବା ସହ ସମସ୍ତଙ୍କ ହୃଦୟ ଜିତନ୍ତୁ, ଏହା ମହାପ୍ରଭୁଙ୍କ ପାଖରେ କାମନା ବୋଲି ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି।

Share

Leave a Reply