ନିର୍ମାଣାଧୀନ ଘରୁ ଲକ୍ଷାଧିକ ଟଙ୍କାର ଜିନିଷ ଚୋରି, ଥାନାରେ ଅଭିଯୋଗ କଲେ ମାଲିକ

You are currently viewing ନିର୍ମାଣାଧୀନ ଘରୁ ଲକ୍ଷାଧିକ ଟଙ୍କାର ଜିନିଷ ଚୋରି, ଥାନାରେ ଅଭିଯୋଗ କଲେ ମାଲିକ

ଅନୁଗୁଳ: ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ପିଢ଼ଖମଣ ଗାଁର ଏକ ନିର୍ମାଣାଧୀନ ଘରୁ ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଛି। ଦିନେଶ ପ୍ରସାଦ ବିଶୋଇ ଓ ବିଶ୍ବଜିତ ସାହୁ ସେଠାରେ ତାଙ୍କର ଘର ନିର୍ମାଣ କରିଥିଲେ। କିନ୍ତୁ କିଛିଦିନ ହେବ ସେମାନେ ଘରକୁ ଆସିନଥିଲେ।

ଶନିବାର ଘରକୁ ଆସି ଦେଖିଲା ବେଳକୁ ଆଜବେଷ୍ଟସ୍, ସମସ୍ତ ପାଣି ଟ୍ରାପ୍, ଇଲେକ୍ଟ୍ରିକ୍ ସୁଇଚ୍, ଷ୍ଟାବିଲାଇଜର, ଗ୍ୟାସ ସିଲିଣ୍ଡର ଚୋରି ହୋଇଛି। ଏ ନେଇ ଉଭୟେ ରବିବାର ନିଶା ଶିଳ୍ପାଞ୍ଚଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇ ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ତେବେ ସ୍ଥାନୀୟ ଅଞ୍ଚଳର ହିଁ କେହି ନିଶାଡ଼ି ଏହି ଚୋରି କରିଥିବା ପୋଲିସ ସନ୍ଦେହ କରୁଛି।

Share

Leave a Reply