ଅନୁଗୁଳ: ଅନୁଗୁଳ ମେଡ଼ିକାଲ ନୂଆ କଲୋନୀର ଚାରି ଚାରିଟା କ୍ୱାର୍ଟରକୁ ଚୋର ମାନେ ଗତ ଶନିବାର ରାତିରେ ତାଲା ଭାଙ୍ଗି ପଶିଥିଲେ। ବାରି ପଛପଟେ ପଶି ଚୋର ମାନେ ଦୁଇଜଣ ଡାକ୍ତର,ଜଣେ ଏଲଟି ଏବଂ ଷ୍ଟେନୋ ବାବୁଙ୍କ ଘରେ ପଶିଥିଲେ। ଆଜିର ଡିଜିଟାଲ ଯୁଗରେ ଚୋରମାନେ ଘରୁ ବିଶେଷ କିଛି ପାଇ ନ ଥିଲେ। ମଜାର କଥା ହେଲା ଷ୍ଟେନୋ ବାବୁ କୌଣସି ସମ୍ପର୍କୀୟଙ୍କ ବାହାଘର ପାଇଁ ଭୋଜି,ସାଜସଜ୍ଜା,ଅନ୍ୟାନ୍ୟ ଖର୍ଚ୍ଚ ବାବଦକୁ ଟଙ୍କା ହିସାବ କରି ଅଲଗା ଅଲଗା ଲଫାପାରେ ସିଲ କରି ନାଁ ଲେଖି ରଖିଥିଲେ। ଏଥିରେ ପ୍ରାୟ ଲକ୍ଷାଧିକ ଟଙ୍କା ଥିଲା।ଚୋରମାନେ କିନ୍ତୁ ଏସବୁକୁ ସରକାରୀ ଚିଠି ଭାବି ଆଲମାରିରୁ କାଢି ଫିଙ୍ଗି ଦେଇଥିଲେ। ତେବେ ତାଙ୍କ ଘରୁ ଦୁଇଟି ଦାମିକା ଶାଢ଼ୀ କେବଳ ନେଇଥିବା ଜଣା ପଡ଼ିଛି। ଚୋର ମାନେ ସ୍ଥାନୀୟ ଅଞ୍ଚଳର ବୋଲି ଆଶଙ୍କା କରାଯାଉଛି ଏବଂ ସେମାନେ କଲୋନୀ ରେ କିଏ କେଉଁଦିନ ଛୁଟିରେ ଗାଁକୁ ଯାଉଥିବା ଖବର ନେଇ ଚୋରି ଉଦ୍ୟମ କରିଥିବା ଜଣା ପଡ଼ିଛି ।
ମେଡ଼ିକାଲ କଲୋନୀରୁ ଚୋରି: ଟଙ୍କା ଲଫାପା ଛାଡି ଶାଢ଼ୀ ନେଇଗଲେ
- Post published:November 21, 2023
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Biswaranjan Pattnaik

Tags: Angul