ନାଲକୋ ବିଦ୍ୟୁତ କାରଖାନାରୁ ଲୁହା ଚୋରି କରି ଗିରଫ ହେଲେ କର୍ମଚାରୀ, କମ୍ପାନୀ ଗାଡ଼ି ଜବତ

You are currently viewing ନାଲକୋ ବିଦ୍ୟୁତ କାରଖାନାରୁ ଲୁହା ଚୋରି କରି ଗିରଫ ହେଲେ କର୍ମଚାରୀ, କମ୍ପାନୀ ଗାଡ଼ି ଜବତ

ନାଲକୋ: ଅନୁଗୁଳ ଜିଲ୍ଲା ନାଲକୋର ନିଜସ୍ୱ ବିଦ୍ୟୁତ କାରଖାନାରୁ ଚୋରି କରି ଜଣେ କର୍ମଚାରୀ ଗିରଫ ହୋଇଛନ୍ତି। ଗିରଫ କର୍ମଚାରୀ ନାଲକୋ ଥାନା ଅନ୍ତର୍ଗତ ବଳରାମ ପ୍ରସାଦ ପଞ୍ଚାୟତ ଆମନ୍ତପୁରର ପ୍ରକାଶ ସାହୁ ବୋଲି ଜଣାଯାଇଛି। ତାଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି।

ଅଭିଯୋଗ ମୁତାବକ, ପ୍ରକାଶ ଦୁଇଟି ୫୦ କେଜି ଓଜନର ଗୋଲାକୃତି ଲୁହା ଖଣ୍ଡକୁ ନାଲକୋର ନିଜସ୍ୱ ବିଦ୍ୟୁତ କାରଖାନାର ଜେନେରାଲ ମ୍ୟାନେଜରଙ୍କ ଗାଡି (ଓଡି ୩୫ ସି ୮୧୯୯) ରେ ନେଇ ପଳାଉଥିଲେ। ଏହି ସମୟରେ ନାଲକୋର ସୁରକ୍ଷା ଦାୟିତ୍ୱରେ ଥିବା ଟିମ୍ ତାଙ୍କୁ ଅଟକାଇ ଥାନାକୁ ଖବର ଦେଇଥିଲେ। ନାଲକୋ ପୋଲିସ ପହଞ୍ଚି ପ୍ରକାଶ ସାହୁକୁ ଗିରଫ କରିବା ସହ ଗାଡିକୁ ଜବତ କରିଛି। ପୋଲିସ ଏହି ମାମଲାରେ ଅଧିକ ତଦନ୍ତ ଜାରି ରଖିଛି।

Share

Leave a Reply