ଅନୁଗୁଳ ଜିଲ୍ଲାରେ ରହିଛି ୧୨୭୯ଟି ଲାଇସେନ୍ସ ପ୍ରାପ୍ତ ବନ୍ଧୁକ, ତୁରନ୍ତ ପୋଲିସକୁ ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ

You are currently viewing ଅନୁଗୁଳ ଜିଲ୍ଲାରେ ରହିଛି ୧୨୭୯ଟି ଲାଇସେନ୍ସ ପ୍ରାପ୍ତ ବନ୍ଧୁକ, ତୁରନ୍ତ ପୋଲିସକୁ ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ

ଅନୁଗୁଳ : ଅନୁଗୁଳ ଜିଲ୍ଲାରେ ରହିଛି ୧୨୭୯ଟି ଲାଇସେନ୍ସ ପ୍ରାପ୍ତ ବନ୍ଧୁକ। ସେଥି ମଧ୍ୟରୁ ତାଳଚେର ଥାନା ଅଞ୍ଚଳରେ ସର୍ବାଧିକ ଲାଇସେନ୍ସ ପ୍ରାପ୍ତ ବନ୍ଧୁକ ରହିଥିବା ବେଳେ କିଆକଟା ଥାନା ଅଞ୍ଚଳରେ ସର୍ବନିମ୍ନ ବନ୍ଧୁକ ରହିଥିବା ଡିଆଇବି ଅଫିସରୁ ମିଳିଥିବା ତଥ୍ୟରୁ ଜଣାପଡିଛି।

ସୂଚନା ମୁତାବକ, ଆସନ୍ତା ସାଧାରଣ ନିର୍ବାଚନ ପାଇଁ ବନ୍ଧୁକ ଗୁଡ଼ିକୁ ପୋଲିସକୁ ହସ୍ତାନ୍ତର କରିବା ପାଇଁ ନୋଟିସ ହୋଇଛି। ଆଜି ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ପୋଲିସ ଷ୍ଟେସନରେ ମୋଟ ୪୮୬ ବନ୍ଧୁକ ପୋଲିସ ପାଖକୁ ଆସିଥିବା ବେଳେ ଅବଶିଷ୍ଟ ୭୯୩ ବନ୍ଧୁକ ପୋଲିସ ପାଖକୁ ଆସିବ। ଯେଉଁ ମାନେ ଗହଣା ଦୋକାନ, ବ୍ୟାଙ୍କ୍ ଭଳି ଜାଗାରେ ରହୁଥିବେ ସେମାନେ ଆବେଦନ କରି ନିଜ ପାଖରେ ବନ୍ଧୁକ ରଖି ପାରିବେ ବୋଲି ସୂଚନା ମିଳିଛି।

ତାଳଚେର ଥାନା ଅଧୀନରେ ସର୍ବାଧିକ ୧୭୮ଟି ଲାଇସେନ୍ସ ପ୍ରାପ୍ତ ବନ୍ଧୁକ ଥିବା ବେଳେ କିଆକଟା ଥାନା ଅଧୀନରେ ସର୍ବନିମ୍ନ ୨ଟି ବନ୍ଧୁକ ରହିଛି। ସେହିପରି ଅନୁଗୁଳରେ ୫୭, ସଦରରେ ୧୬, ବଅଁରପାଳରେ ୪୪, ନାଲକୋରେ ୨୧, ଜରପଡାରେ ୭୪, ଇଣ୍ଡଷ୍ଟ୍ରିଆଲରେ ୧୨,ଛେଣ୍ଡିପଦାରେ ୧୦୫, ବାଗଡିଆରେ ୩୯, ବନ୍ତଳାରେ ୩୭, ପୁରୁଣାକୋଟରେ ୫, ତାଳଚେରରେ ୧୫୮, ଗୋପାଳପ୍ରସାଦରେ ୫, ବିକ୍ରମପୁରରେ ୩, ସମଲରେ ୨୧, ଆଠମଲ୍ଲିକରେ ୧୫, କିଶୋରନଗରରେ ୨୬, ଠାକୁରଗଡ଼ରେ ୧୨, ହଣ୍ଡପାରେ ୧୯, ପାଳଲହଡ଼ାରେ ୬, ଖମାରରେ ୩୫, କଣିହାଁରେ ୪୧, ରେଙ୍ଗାଳି ଥାନାର ୪୨ଟି ବନ୍ଧୁକ ମୋଟ ୭୯୩ଟି ପୋଲିସକୁ ହସ୍ତାନ୍ତର ହୋଇ ନାହିଁ। ଅନ୍ୟପଟେ କୋଲିୟରି, ଏନଟିପିସି ଏବଂ କିଆକଟା ଥାନା ଅଧୀନରେ ଥିବା ସମସ୍ତ ଲାଇସେନ୍ସ ପ୍ରାପ୍ତ ବନ୍ଧୁକ ପୋଲିସକୁ ହସ୍ତାନ୍ତର ହୋଇଛି। ବାକି ଯେଉଁ ମାନେ ବନ୍ଧୁକ ରଖିଛନ୍ତି ସେମାନେ ଖୁବ ଶୀଘ୍ର ନିର୍ବାଚନ ପୂର୍ବରୁ ପୋଲିସକୁ ହସ୍ତାନ୍ତର କରିବେ ବୋଲି ସୂଚନା ମିଳିଛି।

Share

Leave a Reply