ବନ୍ଦଣିଆସାହିକୁ ନାହିଁ ପକ୍କା ରାସ୍ତା

You are currently viewing ବନ୍ଦଣିଆସାହିକୁ ନାହିଁ ପକ୍କା ରାସ୍ତା

ଅନୁଗୁଳ: ଅନୁଗୁଳ ବ୍ଲକ୍‌ ବଡକେରା ପଞ୍ଚାୟତ ଅନ୍ତର୍ଗତ ବନ୍ଦଣିଆସାହି ଗ୍ରାମ ସ୍ବାଧୀନତାର ୭୮ ବର୍ଷ ପରେ ମଧ୍ୟ ପକ୍କା ରାସ୍ତା ଦେଖିପାରିନାହିଁ। ପ୍ରାୟ ୩୦ରୁ ଅଧିକ ପରିବାର ବସବାସ କରୁଥିବା ଏହି ଗାଁରେ ରାସ୍ତା ଅଭାବରୁ ଗ୍ରାମବାସୀ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ବର୍ଷା ଋତୁରେ କାଦୁଅ ରାସ୍ତାରେ ଯାତାୟାତ ଦୁର୍ଗମ ହେଉଛି, ଆମ୍ବୁଲାନ୍ସ ଗାଁ ଭିତରକୁ ଯାଇପାରୁନାହିଁ, ରୋଗୀଙ୍କୁ କାନ୍ଧରେ ବୋହି ମୁଖ୍ୟ ରାସ୍ତାକୁ ନେବାକୁ ବାଧ୍ୟ ହେଉଛନ୍ତି ଗ୍ରାମବାସୀ। ସ୍କୁଲ ଓ କଲେଜ ପିଲାଙ୍କ ସହ ବୃଦ୍ଧମାନେ ମଧ୍ୟ କଷ୍ଟରେ ଯିବାଆସିବା କରୁଛନ୍ତି। ଗ୍ରାମବାସୀ ପଞ୍ଚାୟତ ଓ ବ୍ଲକ୍‌ ଅଫିସରେ ଅଭିଯୋଗ କରିଥିଲେ ମଧ୍ୟ ସମାଧାନ ହୋଇନାହିଁ। ସରପଞ୍ଚ ହାଡିବନ୍ଧୁ ବେହେରା ଓ ବିଡିଓ ବିଶ୍ଵଭୂଷଣଙ୍କ ସହ ଯୋଗାଯୋଗ ହୋଇପାରିନାହିଁ। ଗ୍ରାମବାସୀ ଜିଲ୍ଲାପାଳଙ୍କୁ ପକ୍କା ରାସ୍ତା ନିର୍ମାଣ ପାଇଁ ଦାବି ଜଣାଇଛନ୍ତି।

Share

Leave a Reply