ଅନୁଗୁଳ: ଅନୁଗୁଳ ଟାଉନ ଭିତରେ ବାହାଘର, ବ୍ରତ ଓ ଶ୍ରାଦ୍ଧ ଉତ୍ସବ ତଥା ବିଭିନ୍ନ ସଭା ସମିତି କରିବା ପାଇଁ ମଣ୍ଡପର ବିଶେଷ ଆବଶ୍ୟକତା ଥିବାରୁ ଅନୁଗୁଳ ପୌରପାଳିକା ପକ୍ଷରୁ ଚାରି ଗୋଟି କଲ୍ୟାଣ ମଣ୍ଡପ ନିର୍ମାଣ କରାଯିବାକୁ ନିଷ୍ପତ୍ତି ନିଆ ଯାଇଛି। ଶିକ୍ଷକ ପଡ଼ା,ମା ବାସନ୍ତୀ ଦୁର୍ଗାପୂଜା ପଡିଆ, ଅମଲା ପଡ଼ା,ହେମସୁରପଡ଼ା ଓ ହୁଲୁରୁସିଂହା ଠାରେ ଏହି କଲ୍ୟାଣ ମଣ୍ଡପ ମାନ ନିର୍ମାଣ କରାଯିବ। ବୁଧବାର ଏଥିପାଇଁ ଜମି ସର୍ଭେ କାମ ଆରମ୍ଭ ହୋଇଛି। ଏହି ମଣ୍ଡପ ନିର୍ମାଣରେ ପ୍ରାୟ ତିନି କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ନଗରପାଳ ଅକ୍ଷୟ କୁମାର ସାମନ୍ତ ପ୍ରକାଶ କରିଛନ୍ତି। ଏହି ମଣ୍ଡପ ଗୁଡ଼ିକ ଅନୁଗୁଳ ବାସୀଙ୍କ ବିଶେଷ କାମରେ ଆସିବ ବୋଲି ଶ୍ରୀ ସାମନ୍ତ ପ୍ରକାଶ କରିଛନ୍ତି ।
ଅନୁଗୁଳ ଟାଉନରେ ହେବ ୪ ନୂଆଁ କଲ୍ୟାଣ ମଣ୍ଡପ
- Post published:June 29, 2023
- Post category:ମୁଖ୍ୟ ଖବର
- Post comments:0 Comments
- Post author:Biswaranjan Pattnaik
