ନୂତନ ଶିକ୍ଷା ନୀତି ୨୦୨୦ ର ତୃତୀୟ ବର୍ଷ ପୂର୍ତ୍ତି ପାଳିତ

You are currently viewing ନୂତନ ଶିକ୍ଷା ନୀତି ୨୦୨୦ ର ତୃତୀୟ ବର୍ଷ ପୂର୍ତ୍ତି ପାଳିତ

ଅନୁଗୁଳ: ନୂତନ ଶିକ୍ଷା ନୀତି ୨୦୨୦ର ତୃତୀୟ ବର୍ଷ ପୂର୍ତ୍ତି ଆୟୋଜିତ ହୋଇଛି। ଏ ଅବସରରେ ଅତିଥିମାନେ କହିଥିଲେ ଯେ ଜାତୀୟ ଶିକ୍ଷା ନୀତି ୨୦୨୦ ଆଜି ଭାରତୀୟ ଶିକ୍ଷାରେ ଆଣିଛି ଅନେକ ବୈଚାରିକି, ବୌଦ୍ଧିକ ବିପ୍ଲବ। ୨୦୪୭ ସୁଦ୍ଧା ଏକ ବିକଶିତ ଭାରତ ଏବଂ ଜ୍ଞାନର ଆଦାନପ୍ରଦାନ ଓ ଶାନ୍ତି ଉପରେ କେନ୍ଦ୍ରୀତ ଏକ ବିଶ୍ୱ ବ୍ୟବସ୍ଥାର ପ୍ରତିଷ୍ଠା ହେବ ଏଥିରେ ସନ୍ଦେହ ନାହିଁ। ଇତି ମଧ୍ୟରେ ନୂତନ ଶିକ୍ଷା ନୀତି ମାଧ୍ୟମରେ ଭାରତୀୟ ଶିକ୍ଷା ବ୍ୟବସ୍ଥାରେ ହେଇଥିବା ଅନେକ ପରିବର୍ତ୍ତନ ବିଷୟରେ ଆସନ୍ତୁ ଜାଣିବା…

 

୧. ପ୍ରଥମ ଥର ପାଇଁ ପ୍ରାରମ୍ଭିକ ଶିକ୍ଷାକୁ ଭାରତୀୟ ଶିକ୍ଷା ବ୍ୟବସ୍ଥାରେ ସୀକୃତି ମିଳିଛି ।

୨. ଆଇଆଇଟି ମାଡ୍ରାସ BS Electronics ରେ ଅନଲାଇନ ପାଠ୍ୟକ୍ରମ ମାଧ୍ୟମରେ ଆରମ୍ଭ କରିଛି ।
୩. ଭାରତ ଶିକ୍ଷାନୁଷ୍ଠାନ ବିଦେଶରେ ଖୋଲୁଛି। ଆଇଆଇଟି ମାଡ୍ରାସ ଏବଂ ଆଇଆଇଟି ଦିଲ୍ଲୀ ବିଦେଶରେ ନିଜର କ୍ୟାମ୍ପସ ଖୋଲିଛନ୍ତି।
୪. ବିଦେଶର ଶିକ୍ଷାନୁଷ୍ଠାନ ଆଜି ଭାରତ ମୁହାଁ। ୨ ଅଷ୍ଟ୍ରେଲିଆ ବିଶ୍ୱବିଦ୍ୟାଳୟ Deakin University ଏବଂ Wollongong University “Gift City” ଆସୁଛନ୍ତି।
୫. ଅନେକ ସଂସ୍ଥା ସହ Joint, Dual ଏବଂ Twinning Degree ର ବ୍ୟବସ୍ଥା ସ୍ଥାପନ ହେଇଛି।
୬. ଶିକ୍ଷାରୁ ବଞ୍ଚିତ (୧୫+) ବ୍ୟକ୍ତିଙ୍କ ପାଇଁ ULLAS ମାଧ୍ୟମରେ ଶିକ୍ଷା ମିଳୁଛି।
୭. ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା ମାଧ୍ୟମରେ ଯୁବବର୍ଗଙ୍କ ReSkilling ଏବଂ UpSkilling ଉପରେ ଗୁରୁତ୍ଵ ଦିଆଯାଉଛି।
୮. Skill India Mission ଅନ୍ତର୍ଗତ ୬.୨୫ କୋଟି ଯୁବକଙ୍କ ଦକ୍ଷତା ଅନୁସାରେ ସାମଗ୍ରିକ ବିକାଶରେ ଧ୍ୟାନ ଦିଆଯାଉଛି।
୯. New Age Skilling, Industry 4.0 ଏବଂ Multi Skilling ଉପରେ ଧ୍ୟାନ ଦିଆଯାଇଛି।
୧୦. National Credit Framework ମାଧ୍ୟମରେ ଶିକ୍ଷା ଏବଂ କୌଶଳ ମଧ୍ୟରେ ସମାନତା ଅଣାଯାଇଛି।
୧୧. DIKSHA, SWAYAM, ୨୮୦ଟି ଟିଭି ଚ୍ଯାନେଲ ଏବଂ e-governance platform SMARTH ମାଧ୍ୟମରେ ଭାରତୀୟ ଶିକ୍ଷାରେ ପ୍ରଯୁକ୍ତିବିଦ୍ୟାର ପୂର୍ଣ୍ଣ ବ୍ୟବହାର ହେଉଛି।
୧୨. ଇଞ୍ଜିନିରିଙ୍ଗ, ଲ-ବହିର ଅନୁବାଦନ ଆପ ମାଧ୍ୟମରେ ଏବେ ଭାରତୀୟ ଭାଷାରେ ଅନୁବାଦ ହେଉଛି।
୧୩. ଜେଇ, ନିଟ ଏବଂ ଅନ୍ୟ ପରୀକ୍ଷା ଏବେ ଭାରତୀୟ ଭାଷାରେ ହେଉଛି।
୧୪. ଦେଶରେ ଛାତ୍ରଛାତ୍ରୀଙ୍କ ବିକାଶ ପାଇଁ ପିଏମ-ଶ୍ରୀ ଯୋଜନାରେ କେନ୍ଦ୍ର ସରକାର ୬୨୦୭ ବିଦ୍ୟାଳୟକୁ ପ୍ରଥମ ସୋପାନର ପ୍ରଥମ କିସ୍ତିରେ ୬୩୦ କୋଟି ଊର୍ଦ୍ଧ୍ଵ ଟଙ୍କା ହସ୍ତାନ୍ତର କରିଛନ୍ତି।
୧୫. ଆସନ୍ତା ଶିକ୍ଷାବର୍ଷରୁ ପିଲା ନିଜ ମାତୃଭାଷାର ବହି ପଢ଼ିବେ। ସାରା ଦେଶରେ ୨୨ଟି ଆଞ୍ଚଳିକ ଭାଷାରେ ପୁସ୍ତକ ଆସିବ।
୧୬. ଜାତୀୟ ଶିକ୍ଷା ନୀତି – ୨୦୨୦ ଉପକ୍ରମରେ ସିବିଏସଇ ସ୍କୁଲମାନଙ୍କରେ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ନିଜ ନିଜ ମାତୃଭାଷାକୁ ପ୍ରାଥମିକତା ଦେବା ସହ ଭାଷାର ଭାବକୁ ବୁଝିବା ପାଇଁ ବାଟ ଖୋଲିଲା।
୧୭. ଶିକ୍ଷା ବ୍ୟବସ୍ଥାକୁ ଏନସିସି ସହିତ ଯୋଡ଼ିବା Self-Financing ଯୋଜନାରେ ନିଆଯାଇଛି ବ୍ୟାପକ ପଦକ୍ଷେପ। ନୂତନ ଜାତୀୟ ଶିକ୍ଷା ନୀତି ଅନୁଯାୟୀ, ଦେଶର ୯୦ଟି ବିଶ୍ୱବିଦ୍ୟାଳୟରେ ଏନସିସି ମଧ୍ୟ ଏକ ଚୟନ ଯୋଗ୍ୟ ବିଷୟ ଭାବରେ ଆରମ୍ଭ ହୋଇଛି।
୧୮. ଶିଳ୍ପବିପ୍ଳବ ୪.୦ର ଆବଶ୍ୟକତାକୁ ପୂରଣ କରିବା ପାଇଁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ୩୩୦ରୁ ଅଧିକ ‘ନ୍ୟୁ ଏଜ୍ ପାଠ୍ୟକ୍ରମ’ ବିକଶିତ କରାଯାଇଛି।
୧୯. ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ(ଏଆଇ) ଟ୍ରାନ୍ସଲେସନ ଟୁଲ, ବିଭିନ୍ନ ଭାରତୀୟ ଭାଷାରେ ପାଠ୍ୟପୁସ୍ତକ ଅନୁବାଦ କରିବା ପାଇଁ ସୁବିଧା ପ୍ରଦାନ କରୁଛି। ଜେଇଇ, ନିଟ୍ ଓ ସିୟୁଇଟି ଭଳି ପ୍ରମୁଖ ପ୍ରବେଶିକା ପରୀକ୍ଷା ଏବେ ୧୩ଟି ଭାଷାରେ ଉପଲବ୍ଧ ହେଉଛି।
୨୦. ଛାତ୍ରଛାତ୍ରୀ ଓ ଡ୍ରପ୍ ଆଉଟ୍ ମାନଙ୍କୁ ବ୍ୟାପକ ଦକ୍ଷତା ଏବଂ ଧନ୍ଦାମୂଳକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ପ୍ରଦାନ କରିବା ପାଇଁ ବିଦ୍ୟାଳୟ ଗୁଡ଼ିକରେ ୫,୦୦୦ ସ୍କିଲ୍ ହବ୍ ପ୍ରତିଷ୍ଠା କରାଯାଉଛି।

Share

Leave a Reply