ଦୋଳ ପୂର୍ଣ୍ଣିମାରେ ଅଘଟଣ: ୨୨ ଦୁର୍ଘଟଣାରେ ୩୦ ଆହତ

You are currently viewing ଦୋଳ ପୂର୍ଣ୍ଣିମାରେ ଅଘଟଣ: ୨୨ ଦୁର୍ଘଟଣାରେ ୩୦ ଆହତ

ଅନୁଗୁଳ: ସାରା ରାଜ୍ୟ ହୋଲି ଖେଳରେ ମସଗୁଲ ଥିବା ବେଳେ ଗତ ଶୁକ୍ରବାର ସନ୍ଧ୍ୟାରୁ ଶନିବାର ସକାଳ ମଧ୍ୟରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟି ୩୦ରୁ ଊର୍ଦ୍ଧ୍ଵ ଆହତ ହୋଇଛନ୍ତି। ପାଲଲହଡ଼ା, ଖମାର, ତାଳଚେର, ଆଠମଲ୍ଲିକ, ଜରପଡ଼ା ଆଦି ଅଞ୍ଚଳରେ ପାଖାପାଖି ୨୨ଟି ଦୁର୍ଘଟଣା ଘଟିଥିଲା। ମଦ୍ୟପାନ କରି ଗାଡ଼ି ଚଳାଇବା କାରଣରୁ ଅଧିକାଂଶ ଦୁର୍ଘଟଣା ଘଟିଥିବା ବେଳେ ଆଉ କିଛି ଲୋକ ଦୋଳ ଯାତ୍ରା ଦେଖି ଫେରୁଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ। ସମସ୍ତ ଆହତଙ୍କୁ ଚିକିତ୍ସା ପାଇଁ ଅନୁଗୁଳ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେହିଭଳି ଶନିବାର ଅପରାହ୍ନରେ କୁଈଓ ଠାରେ ଦୁଇ ବାଇକ୍ ଧକ୍କା ହେବାରୁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ନତଡ଼ା ଗାଁର ସାଗର ବେହେରା। ଅନ୍ୟ ବାଇକ ଚାଳକ ଗୁରୁତର ଅବସ୍ଥାରେ ଅନୁଗୁଳ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ତାଙ୍କ ଅବସ୍ଥାରେ ଉନ୍ନତି ପରିଲକ୍ଷିତ ହେଉଥିବା ଡାକ୍ତର କହିଛନ୍ତି।

Share

Leave a Reply