ଠିକାସଂସ୍ଥା ସୁପରଭାଇଜର୍‌ଙ୍କୁ ଧମକ୍

You are currently viewing ଠିକାସଂସ୍ଥା ସୁପରଭାଇଜର୍‌ଙ୍କୁ ଧମକ୍

ଅନୁଗୁଳ: ‘ଗେଲ୍’ ଇଣ୍ଡିଆ ପାଇପ୍‌ଲାଇନ୍‌ ବିଛାଇବା କାର୍ଯ୍ୟରେ ନିୟୋଜିତ ଏକ ଠିକାସଂସ୍କାର ସୁପରଭାଇଜରଙ୍କୁ ଧମକଚମକ ଦେବା ନେଇ ରେଙ୍ଗାଳି ଥାନାରେ ଅଭିଯୋଗ ହୋଇଛି । ଦାଦା ବଟି ମାଗି ରେଙ୍ଗାଳି ଥାନା ସୁନ୍ଦରପଦା ଗ୍ରାମର କିଛି ଯୁବକ କାମ ବନ୍ଦ କରିବା ସହ ଧମକ ଦେଇଥିବା ଏତଲାରେ ଦର୍ଶାଯାଇଛି । ପୁଲିସ ଏ ସଂକ୍ରାନ୍ତରେ ଏକ କେସ୍ ରୁଜ୍ଜୁ କରି ତଦନ୍ତ ଚଳାଇଛି। ଶୁକ୍ରବାର ସକାଳ ୯ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ କେତେକ ଯୁବକ କାମ ବନ୍ଦ କରିବା ସହ ଠିକାସଂସ୍ଥା ସୁପର୍‌ ଭାଇଜର୍ ଗଗନ ବିହାରୀ ଧର(୩୧)ଙ୍କୁ ଦାବାବଟି ମାଗିଥିଲେ। ଟଙ୍କା ଦେବାକୁ ସେ ମନା କରିବାରୁ ତାଙ୍କୁ ଅଭିଯୁକ୍ତମାନେ ହତ୍ୟା ଧମକ ଦେଇଥିଲେ । ଟଙ୍କାନଦେଲେ କାମ କରାଇ ଦେବେ ନାହିଁ ବୋଲି ଧମକ ଦେଇଥିବା ଶ୍ରୀ ଧର ଏତଲାରେ ଦର୍ଶାଇଥିଲେ।

Share

Leave a Reply