ଚାନ୍ଦା ମାଗିବା ଅଭିଯୋଗରେ ତିନି ଗିରଫ

You are currently viewing ଚାନ୍ଦା ମାଗିବା ଅଭିଯୋଗରେ ତିନି ଗିରଫ

ଅନୁଗୁଳ: ଢେଙ୍କାନାଳ ଜିଲ୍ଲା କଣ୍ଟାବଣିଆ ସ୍ଥିତ ଟାଟା ବିଏସ୍ଏଲ୍ କାରଖାନାର କନଷ୍ଟ୍ରକସ‌‍‌‌ନ ମ୍ୟାନେଜର ସାୟଦ ଇସମାଇଲ ଅହମ୍ମଦ ନାମକ ଜଣେ ଅଧିକାରୀଙ୍କୁ ଚାନ୍ଦା ପାଇଁ ଧମକଚମକ ଦିଆଯିବା ସଂକ୍ରାନ୍ତରେ ରବିବାର ବଅଁରପାଳ ଥାନାରେ ଅଭିଯୋଗ ହୋଇଥିଲା। ରବିବାର ଅପରାହ୍ନରେ ବଅଁରପାଳ ଥାନା ଗଡ଼ସନ୍ତ୍ରୀ ଗ୍ରାମର ସତୀଶ ମାଝୀ, ସଞ୍ଜୟ ମାଝୀ ଓ ବୁଢ଼ାପଙ୍କ ଗ୍ରାମର ପ୍ରିନ୍ସ ସାମଲ ଫୋନ ମାଧ୍ୟମରେ ଶ୍ରୀ ଅହମ୍ମଦଙ୍କୁ ବଅଁରପାଳ ସ୍ଥିତ ଆଶା ଟକିଜ ପାଖକୁ ଡାକିଥିଲେ । ତିନି ଜଣ ଯୁବକ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ମାସିକିଆ ଚାନ୍ଦା ଦାବି କରିଥିଲେ । ଚାନ୍ଦା ନଦେଲେ ହତ୍ୟା ଧମକ ଦେଇଥିବା ନେଇ ଏତଲାରେ ଦର୍ଶାଯାଇଛି। ଅଭିଯୁକ୍ତମାନେ ପୁନର୍ବାର ସାୟଦଙ୍କ କଣ୍ଟାବଣିଆସ୍ଥିତ ରୁମକୁ ଯାଇ ଗାଳି, ଗୁଲଜ କରିଥିଲେ ଏବଂ ହତ୍ୟାଧମକ ଦେଇ ଆକ୍ରମଣ କରିଥିଲେ ବୋଲି ସେ ଅଭିଯୋଗ କରିଛନ୍ତି । ପୁଲିସ ଏ ସଂକ୍ରାନ୍ତରେ ଏକ କେସ୍ ରୁଜ୍ଜୁ କରିବା ସହ ସୋମବାର ତିନି ଅଭିଯୁକ୍ତଙ୍କୁ ଗିରଫ କରିଥିବା ସୂଚନା ମଳିଛି ।

Share

Leave a Reply