ଘର ଭିତରୁ ପରିବାରର ତିନି ମୃତ ଦେହ ଉଦ୍ଧାର, କାରଣ ଅସ୍ପଷ୍ଟ

You are currently viewing ଘର ଭିତରୁ ପରିବାରର ତିନି ମୃତ ଦେହ ଉଦ୍ଧାର, କାରଣ ଅସ୍ପଷ୍ଟ

ଢେଙ୍କାନାଳ : ବନ୍ଦ ଘର ଭିତରୁ ଗୋଟିଏ ପରିବାରର ତିନି ମୃତଦେହ ଉଦ୍ଧାର। ବେକରେ ଫାଶୀ ଲଗାଇ ଏକା ସଙ୍ଗେ ଝୁଲିପଡିଲେ ପରିବାରର ବାପା ଓ ୪୦ ବର୍ଷୀୟ ଝିଅ ଓ ୧୬ ବର୍ଷୀୟ ନାତି। ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ଚାଉଳିଆ ଖମାର ଗାଁରେ ଚାଞ୍ଚଲ୍ୟ। ତେବେ କେଉଁ କାରଣ ପାଇଁ ଏକା ସାଙ୍ଗରେ ତିନି ତିନି ଜଣ ମୃତ୍ୟୁବରଣ କଲେ ତାହା ଅସ୍ପଷ୍ଟ ରହିଛି। ଘଟଣାସ୍ଥଳରେ ସଦରଥାନା ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି । ମୃତକ ବାପା ହେଲେ ଶଙ୍କର୍ଷଣ ଦାସ ଝିଅ ସୁବର୍ଣ୍ଣ ଦାସ ଓ ନାତି ସନ୍ତୋଷ କୁମାର ଦାସ ।

Share

Leave a Reply