୩ ଲକ୍ଷ ଟଙ୍କାର ଚୋରା ଗଞ୍ଜେଇ ଜବତ, ୨ ବେପାରୀ ଗିରଫ

You are currently viewing ୩ ଲକ୍ଷ ଟଙ୍କାର ଚୋରା ଗଞ୍ଜେଇ ଜବତ, ୨ ବେପାରୀ ଗିରଫ

ଅନୁଗୁଳ: ଅନୁଗୁଳ ଅବକାରୀ ବିଭାଗ ଅଧିକାରୀ ଏବଂ ଆରପିଏଫ ଷ୍ଟାଫ ମିଳିତ ଚଢ଼ଉ କରି ଅନୁଗୁଳ ରେଳ ଷ୍ଟେସନରୁ ୨ ଜଣ ଗଂଜେଇ ବେପାରୀଙ୍କୁ ଗିରଫ କରିଛି। ସେମାନଙ୍କ ଠାରୁ ତିନି ଲକ୍ଷ ଟଙ୍କାର ଚୋରା ଗଂଜେଇ ଜବତ ହୋଇଛି।

ସୂଚନା ମୁତାବକ, ରବିବାର ସକାଳେ ୨ ଜଣ ବେପାରୀ ଚୋରାରେ ଟ୍ରେନ ଯୋଗେ ଗଂଜେଇ ଚାଲାଣ କରିବା ପାଇଁ ଅନୁଗୁଳ ରେଳ ଷ୍ଟେସନରେ ଟ୍ରେନକୁ ଅପେକ୍ଷା କରିଥିଲେ। ଖବର ପାଇ ଅନୁଗୁଳ ଅବକାରୀ ଅଧିକାରୀ ଆରପିଏଫ ଷ୍ଟାଫଙ୍କୁ ଖବର ଦେଇଥିଲେ। ଅବକାରୀ ଅଧିକାରୀ ଏବଂ ଆରପିଏଫ ଷ୍ଟାଫ ପ୍ରମୁଖ ମିଳିତ ଭାବେ ରେଳ ଷ୍ଟେସନରେ ଚଢ଼ଉ କରି ୨ ଜଣ ଗଂଜେଇ ବେପାରୀଙ୍କୁ ଗିରଫ କରିଥିଲେ। ଗିରଫ ଦ୍ବୟ ହେଲେ ଝାଡ଼ଖଣ୍ଡର ମନୀଷ କୁମାର ଏବଂ ବୀରେନ୍ଦ୍ର କୁମାର। ସେମାନଙ୍କ ଠାରୁ ୩ ଲକ୍ଷ ଟଙ୍କାର ୩୨ କେଜି ଗଞ୍ଜେଇ ଜବତ କରିଛନ୍ତି ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Share

Leave a Reply