ଅନୁଗୁଳ: ଢ଼େଙ୍କାନାଳ ଜିଲ୍ଲା କଣ୍ଟାବଣିଆ ଥାନା ଇଟାପ ଗାଁରେ ଚିକେନ ଓ ପାଳଙ୍ଗ ଶାଗ ଖାଇ ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ ହୋଇଛି। ମୃତକମାନେ ହେଉଛନ୍ତି ଇଟାପ ଗାଁର ଅନ୍ତର୍ଯ୍ୟାମୀ ସାହୁଙ୍କ ପତ୍ନୀ ଓ ତାଙ୍କ ଦୁଇ ପୁଅ ପିଣ୍ଟୁ ସାହୁ ଓ ଲିଣ୍ଟୁ ସାହୁ। ମାଆ ଓ ଦୁଇ ପୁଅ ରାତିରେ ଚିକେନ ଓ ପାଳଙ୍ଗ ଶାଗ ଖାଇ ଶୋଇଥିଲେ। ସକାଳୁ କବାଟ ନ ଖୋଲିବାରୁ ପଡ଼ୋଶୀ ଉଦ୍ଧାର କରି ଅନୁଗୁଳ ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ।
ସେଠାରେ ଡାକ୍ତର ପରିବାରର ୩ ଜଣଙ୍କୁ ମୃତ ଘୋଷଣା କରିଥିଲେ। ବର୍ତ୍ତମାନ ମା’ ଓ ଦୁଇ ପୁଅଙ୍କ ମୃତଦେହ ଅନୁଗୁଳ ମେଡିକାଲ ଶବଦାହ ଗୃହରେ ରଖାଯାଇଛି। ତେବେ ସମସ୍ତଙ୍କ ମୃତ୍ୟୁ ଫୁଡ୍ ପଏଜନ୍ କିମ୍ୱା ଅନ୍ୟ କୌଣସି କେଉଁ କାରଣରୁ ହୋଇଛି ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ଜଣାପଡ଼ିନାହିଁ। ଅନୁଗୁଳ ଏବଂ କଣ୍ଟାବଣିଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।


