ଅଧାରେ ରହିଲା ମା’ ସମଲେଶ୍ୱରୀଙ୍କ ଦର୍ଶନ, ଅଟୋ ଓଲଟି ପରିବାରର ୩ ଆହତ

You are currently viewing ଅଧାରେ ରହିଲା ମା’ ସମଲେଶ୍ୱରୀଙ୍କ ଦର୍ଶନ, ଅଟୋ ଓଲଟି ପରିବାରର ୩ ଆହତ

ଅନୁଗୁଳ: ଅଧାରେ ରହିଲା ମା’ ସମଲେଶ୍ୱରୀଙ୍କ ଦର୍ଶନ। ଅନୁଗୁଳ ସଦର ଥାନା ଅନ୍ତର୍ଗତ ପଞ୍ଚମହଲା ଛକ ନିକଟରେ ଏକ ଯାତ୍ରୀବାହୀ ଅଟୋ ଓଲଟି ଜଣେ ଗୁରୁତର ହୋଇଥିବା ବେଳେ ତିନି ଜଣ ଆହତ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି।

ସୂଚନା ମୁତାବକ, ଆଜି ଭୋର ସମୟରେ କେନ୍ଦ୍ରାପଡ଼ା ଅଞ୍ଚଳରୁ କିଛି ପରିବାର ଏକ ବସରେ ସମଲେଶ୍ୱରୀ ଦର୍ଶନ ପାଇଁ ବାହାରି ଥିଲେ। କେନ୍ଦ୍ରାପଡ଼ାର ତ୍ରୈଲୋକ୍ୟ ନାଥ ଦାସ, ତାଙ୍କ ସ୍ତ୍ରୀ ଡଲି ରାଣୀ ଦାସ ଏବଂ ତାଙ୍କ ପୁଅ ସାଇ ସରୋଜ ଦାସ (୯) ମଧ୍ୟ ଉକ୍ତ ବସରେ ଆସିଥିଲେ। ସାଇ ସରୋଜଙ୍କର ଅତ୍ୟଧିକ ବାନ୍ତି ହେବାରୁ ଘରକୁ ଫେରିବା ପାଇଁ ବାପା-ମା’ ନିଷ୍ପତ୍ତି ନେଇ ଥିଲେ। ବନ୍ତଳା ଛକ ଠାରେ ବସରୁ ଓହ୍ଲାଇ ଟ୍ରେନରେ ଘରକୁ ଫେରିବା ପାଇଁ ଏକ ଅଟୋ ଯୋଗେ ଅନୁଗୁଳ ଷ୍ଟେସନ ଆସିବା ବେଳେ ପଞ୍ଚମହଲା ଛକ ନିକଟରେ ଏକ ବାଇକ୍ କଟ୍ ମାରିବାରୁ ଅଟୋ ଓଲଟି ପଡିଥିଲା। ଫଳରେ ତ୍ରୈଲୋକ୍ୟ, ଡଲି ରାଣୀ ଏବଂ ଅଟୋ ଚାଳକ ଆହତ ହୋଇଥିବା ବେଳେ ସାଇ ସରୋଜ ଗୁରୁତର ହୋଇଛନ୍ତି। ସ୍ଥାନୀୟ ବାସୀଙ୍କ ସହାୟତାରେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସାଇ ସରୋଜଙ୍କ ଡାହାଣ ଗୋଡ଼ରେ ଗଭୀର ଆଘାତ ଲାଗିଛି। ଅଧିକ ଚିକିତ୍ସା ପାଇଁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିବା ଜଣାଯାଇଛି।

Share

Leave a Reply