ଜମି ବିକିବା ନାମରେ ୪୬ ଲକ୍ଷ ଠକେଇ ଘଟଣାରେ ୩ ଭଉଣୀ ଗିରଫ

You are currently viewing ଜମି ବିକିବା ନାମରେ ୪୬ ଲକ୍ଷ ଠକେଇ ଘଟଣାରେ ୩ ଭଉଣୀ ଗିରଫ

ଅନୁଗୁଳ: ଅନୁଗୁଳ ସହର ଉପକଣ୍ଠ ଶୁଶୁଡା ଗ୍ରାମରେ ଜମି ବିକିବା ନାମରେ ୪୬ ଲକ୍ଷ ଟଙ୍କା ଆତ୍ମସାତ କରିବା ଅଭିଯୋଗରେ ବୁଧବାର ଅନୁଗୁଳ ଥାନା ପୁଲିସ୍ ୩ ଭଉଣୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ୩ ଭଉଣୀ ହେଲେ କବିତା ରଥ, କଲ୍ୟାଣୀପ୍ରଭା ରଥ ଓ କଳ୍ପନା ଦାସ। ଏହି ଘଟଣାରେ ପୂର୍ବରୁ ଗତ ଅକ୍ଟୋବର ୩୧ ତାରିଖରେ ବାପ-ପୁଅ ଗିରଫ ହୋଇ କୋର୍ଟ ଚାଲାଣ ହୋଇଥିଲେ। ଗିରଫ ବାପା-ପୁଅ ଶୁଶୁଡା ଗ୍ରାମର ପ୍ରକାଶଚନ୍ଦ୍ର ରଥ (୫୫) ଓ ପୁଅ ଶତ୍ରୁଜିତ ରଥ (୨୨) । ବୁଧବାର ଗିରଫ ହୋଇଥିବା ୩ ଜଣ ହେଉଛନ୍ତି ପ୍ରକାଶଙ୍କ ଭଉଣୀ । ପୁଲିସ ସୂତ୍ରରୁ ପ୍ରକାଶ ଅନୁଗୁଳ ସହରର ସୌଭାଗ୍ୟ ନଗର ଅଞ୍ଚଳର ରାଜକିଶୋର ନାୟକ ନାମକ ଜଣେ ବ୍ୟକ୍ତି ପ୍ରକାଶ ଓ ତାଙ୍କ ପରିବାରକୁ ଜମି କିଣିବା ପାଇଁ କିସ୍ତି କିସ୍ତି କରି ୪୬ ଲକ୍ଷ ଟଙ୍କା ଅଗ୍ରୀମ ଦେଇଥିଲେ। ବର୍ଷ ବର୍ଷ ଧରି ଦୌଡ଼େଇବା ପରେ ଶେଷରେ ଜମି ନଦେଇ ଟଙ୍କା ଫେରାଇବା ପାଇଁ ପାଇଁ କହି ଟଙ୍କା ମଧ୍ୟ ଫେରାଇ ନଥିଲେ। ଏନେଇ ଅନୁଗୁଳ ଥାନାରେ ଅଭିଯୋଗ ପରେ ପୁଲିସ ପକ୍ଷରୁ ମାମଲା ରୁଜୁ କରାଯାଇ ଗତ ଅକ୍ଟୋବରରେ ପ୍ରଥମେ ବାପ-ପୁଅଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା । ବୁଧବାର ସେହି ପରିବାରର ୩ ଭଉଣୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।

Share

Leave a Reply