ଅନୁଗୁଳ: ଅନୁଗୁଳ ଜିଲ୍ଲାପାଳଙ୍କ ମିଳିତ ଜନଶୁଣାଣି କାର୍ଯ୍ୟକ୍ରମରେ ପରିବର୍ତ୍ତନ କରାଯାଇଛି। ଚଳିତ ସେପ୍ଟେମ୍ବର ମାସ ୯ ତାରିଖ (ସୋମବାର) ନୂଆଁଖାଇ ପର୍ବ ନିମନ୍ତେ ଛୁଟି ଘୋଷଣା ହୋଇଥିବାରୁ ୧୦ ତାରିଖ (ମଙ୍ଗଳବାର) ପୂର୍ବାହ୍ନ ୧୦ ଟାରେ ଜନଶୁଣାଣି କାର୍ଯ୍ୟକ୍ରମ ବଅଁରପାଳ ବ୍ଳକ୍ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହେବ। ସେହିପରି ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ୧୭ ତାରିଖ (ମଙ୍ଗଳବାର) ପୂର୍ବାହ୍ନ ୧୦ ଟାରେ ଜିଲ୍ଲା କାର୍ଯ୍ୟାଳୟ, ୨୩ ତାରିଖ (ସୋମବାର) ପୂର୍ବାହ୍ନ ୧୦ ଟାରେ କିଶୋରନଗର ବ୍ଲକ କାର୍ଯ୍ୟାଳୟ ଏବଂ ୩୦ ତାରିଖ(ସୋମବାର) ପୂର୍ବାହ୍ନ ୧୦ ଟାରେ ତାଳଚେର ବ୍ଲକ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହେବ ବୋଲି ଜିଲ୍ଲା କାର୍ଯ୍ୟାଳୟ ତରଫରୁ ସୂଚନା ଦିଆଯାଇଛି।
ନୂଆଁଖାଇ ପାଇଁ ବଦଳିଲା ଜିଲ୍ଲାପାଳଙ୍କ ମିଳିତ ଜନଶୁଣାଣି ତାରିଖ, ସୋମବାର ବଦଳରେ ମଙ୍ଗଳବାର ହେବ ଶୁଣାଣି
- Post published:September 6, 2024
- Post category:ମୁଖ୍ୟ ଖବର
- Post comments:0 Comments
- Post author:Biswaranjan Pattnaik

Tags: Angul