ନୂଆହତା ଗୋପାଳସାହିରେ ୨୩ତମ ତିନି ଦୋଳ ଯାତ୍ରା ଆୟୋଜିତ, ଗାଁ ବୁଲି ଭୋଗ ଖାଇଲେ ଠାକୁର

You are currently viewing ନୂଆହତା ଗୋପାଳସାହିରେ ୨୩ତମ ତିନି ଦୋଳ ଯାତ୍ରା ଆୟୋଜିତ, ଗାଁ ବୁଲି ଭୋଗ ଖାଇଲେ ଠାକୁର

ବଅଁରପାଳ: ବଅଁରପାଳ ବ୍ଲକ ନୂଆହତା ଗୋପାଳ ସାହି ଠାରେ ୨୩ତମ ତିନି ଦୋଳ ଯାତ୍ରା ବହୁ ଆଡ଼ମ୍ବରରେ ପାଳିତ ହୋଇଛି। ଚୈତ ମାସ ଶୁକ୍ଳ ପକ୍ଷରେ ଏହି ପର୍ବ ପାଳିତ ହୋଇଥାଏ। ଠାକୁରଙ୍କ ପରମ୍ପରା ଅନୁସାରେ ଦୋଳପୂର୍ଣ୍ଣିମା ପର ଠାରୁ ପଞ୍ଚୁଦୋଳ ପର୍ଯ୍ୟନ୍ତ ଠାକୁରଙ୍କ ବାନା ପାଞ୍ଚ ଦିନ ଧରି ଗ୍ରାମ ପରିକ୍ରମା କରି ଭୋଗ ଖାଇଥାଏ। ତିନି ଦୋଳ ଦିନ ଶ୍ରୀ ରାଧାକୃଷ୍ଣ ଠାକୁରଙ୍କୁ ଗୋପାଳମାନେ ବହୁ ସଂଖ୍ୟାରେ ଯୋଗଦେଇ ଲଉଡ଼ି ଖେଳ, ଘଣ୍ଟବାଦ୍ୟ, ମହିଳା ସଙ୍କୀର୍ତ୍ତନ ମଣ୍ଡଳୀ, ଦୁଇ ଗୋପାଳ ଦଳ ଇନ୍ଦୁପୁର ଓ କାଣ୍ଡ ବିନ୍ଧା ଲଉଡ଼ିଖେଳ ପରିବେଷଣ କରିଥିଲେ। ପରେ ବିଭିନ୍ନ ବାଦ୍ୟଯନ୍ତ୍ର ମାଧ୍ୟମରେ ଶ୍ରୀ ରାଧାକୃଷ୍ଣ ଠାକୁରଙ୍କୁ ଗ୍ରାମ ପରିକ୍ରମା କରି ଦୋଳମଣ୍ଡପକୁ ଆଣି ପାରମ୍ପରିକ ରୀତିରେ ବ୍ରାହ୍ମଣ ପୂଜାର୍ଚ୍ଚନା କରାଯାଇଥିଲା। ଶ୍ରୀ ରାଧାକୃଷ୍ଣ ଠାକୁରଙ୍କ ମାର୍ଫତଦାର ନବ କିଶୋର ସିଂହଙ୍କ ଉପସ୍ଥିତିରେ ସମସ୍ତ କାର୍ଯ୍ୟ ସମ୍ପାଦିତ ହୋଇଥିଲା।

ଏ ଅବସରରେ ନବ କିଶୋର ସିଂହ, ଅଶୋକ କୁମାର ଧିର(ସମାଜସେବୀ), ପୀତବାସ ରାଉତ (ସଭାପତି), ଧରଣୀଧର ରାଉତ (ଉପସଭାପତି), ଅଖିଳ କୁମାର ରାଉତ (ସମ୍ପାଦକ ), ବ୍ରଜବନ୍ଧୁ ରାଉତ(କୋଷାଧକ୍ଷ), ଲମ୍ବୋଧର ରାଉତ (ଠାକୁରଙ୍କ ବେହେରା), ଛବିଳ ରାଉତ (ସହଯୋଗୀ), ଜୟକୃଷ୍ଣ ରଥ( ପୂଜକ) ପ୍ରମୁଖ ଉପସ୍ଥିତ ଥିଲେ।

Share

Leave a Reply