ଆଜି ବିଶ୍ୱ କର୍କଟ ଦିବସ

You are currently viewing ଆଜି ବିଶ୍ୱ କର୍କଟ ଦିବସ

ଅନୁଗୁଳ: ସାରା ବିଶ୍ୱ କରୋନା ମହାମାରୀରେ ଅସ୍ତବ୍ୟସ୍ତ ହୋଇ ପଡିଥିବା ବେଳେ କରୋନା ମହାମାରୀ ବିରୁଦ୍ଧରେ ଜାରି ଏହି ଯୁଦ୍ଧ ଆଉ ଏକ ମହା ସଙ୍କଟକୁ ଅଣାଦେଖା କରିଛି । କରୋନା ସମୟରେ ସବୁଠାରୁ ଅଧିକ ପ୍ରଭାବ ପଡିଛି କର୍କଟ ବା କ୍ୟାନସର ରୋଗୀଙ୍କ ଉପରେ । ମହାମାରୀ କେବଳ କର୍କଟ ରୋଗୀ ଚିହ୍ନଟରେ ବିଳମ୍ବ କରିନାହିଁ। କିନ୍ତୁ କର୍କଟ ରୋଗୀଙ୍କ ଚିକିତ୍ସା ବାଧାପ୍ରାପ୍ତ ହେବା ସହିତ ସେମାନଙ୍କ ଜୀବନ ଉପରେ ଢେର ଅଧିକ ପ୍ରଭାବ ପକାଇଛି ଏହି ମହାମାରୀ । ଆଜି ହେଉଛି ବିଶ୍ୱ କର୍କଟ ଦିବସ । ଏହି ମାରାତ୍ମକ ରୋଗ ପାଇଁ ସତର୍କତା ଓ ସଚେତନତା ବୃଦ୍ଧି କରିବା ପାଇଁ ପ୍ରତିବର୍ଷ ଫେବୃଆରୀ ୪ରେ ବିଶ୍ୱ କର୍କଟ ଦିବସ ପାଳନ କରାଯାଇ ଆସୁଛି । ଏହି ରୋଗର ମୁକାବିଲା କରିବା ପାଇଁ ଅନେକ ସଚେତନତା କାର୍ଯ୍ୟକ୍ରମ ସହିତ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଅନେକ ପଦକ୍ଷପ ମାନ ମଧ୍ୟ ଗ୍ରହଣ କରାଯାଉଛି ।କିନ୍ତୁ ଏବେବି ଲୋକଙ୍କ ମନରେ ଏମିତି କିଛି ଭ୍ରମ ରହିଛି କର୍କଟ ରୋଗକୁ ନେଇ ଯାହା କର୍କଟ ରୋଗୀଙ୍କ ପୁଣି ଥରେ ସୁସ୍ଥ ହେବାର ଆଶାକୁ ଭାଙ୍ଗିଦେଉଛି । ଏହି ଭାବନା ଏବେବି କର୍କଟ ରୋଗୀଙ୍କ ଚିକିତ୍ସାରେ ବଡ ବାଧକ ହୋଇଛି । ସଂକ୍ରମଣ ଭୟରେ ଏବେି ଲୋକେ କର୍କଟ ରୋଗୀଙ୍କ ପାଖ ମାଡୁ ନାହାନ୍ତି । ଯେତେବେଳେ କି କୌଣସି ବି କର୍କଟ ରୋଗ ସଂକ୍ରାମକ ନୁହେଁ । ଯଦି କୌଣସି ପରିବାର ସଦସ୍ୟ ଅଛନ୍ତି ଯିଏ କର୍କଟ ରୋଗରେ ପୀଡିତ, ତାଙ୍କୁ ସ୍ପର୍ଶ କଲେ କିମ୍ବା ତାଙ୍କ ସହିତ ଏକାଠି ବସି ଖାଇଲେ କର୍କଟ ରୋଗ ହୁଏ ନାହିଁ । କେବଳ ଗର୍ଭାଶୟ କର୍କଟ ରେ ସାମନ୍ୟ ସଂକ୍ରମଣର ଭୟ ରହିଥାଏ । ପୁରା ବିଶ୍ୱରେ କେବଳ ମାତ୍ର ୫-୧୦ ପ୍ରତିଶତ କର୍କଟ ଜିନ୍ ଗତ ହୋଇଥାଏ ଯାହା ଗୋଟିଏ ପିଢୀରୁ ଅନ୍ୟ ପୀଢିକୁ ବ୍ୟାପିଥାଏ । କର୍କଟ ରୋଗର ଅଧିକାଂଶ ବୟସର ପରିବର୍ତ୍ତନ ହେତୁ ହୋଇଥାଏ ଯାହା ଜେନେଟିକ୍ ପରିବର୍ତ୍ତନ ଅଟେ । ତେଣୁ କର୍କଟ ରୋଗୁ ସମ୍ପୂର୍ଣ୍ଣ ଭାବରେ ଜେନେଟିକ୍ ଡିଜିଜ୍ ବୋଲି ଭାବିକା ଏକ ଭ୍ରମ ଅଟେ । କର୍କଟ ରୋଗ ଏହାର ପ୍ରାରମ୍ଭିକ ପର୍ଯ୍ୟାୟରେ ଯନ୍ତ୍ରଣାହୀନ ଏବଂ ଅସ୍ୱାଭାବିକ ଏଥିପାଇଁ ତ ପ୍ରାୟତଃ ରୋଗୀ ସେମାନଙ୍କ ପ୍ରଥମ ଷ୍ଟେଜ୍ ରେ କର୍କଟ ରୋଗ ବିଷୟରେ ଜାଣି ପାରନ୍ତି ନାହିଁ । ରୋଗ ଚିହ୍ନଟରେ ଯେତେ ଡେରି ହୋଇଥାଏ ଯନ୍ତ୍ରଣା ସେତିକି ମାତ୍ରାରେ ବଢିଥାଏ । ତେଣୁ ଶୀଘ୍ର ଚିହ୍ନଟ ହେଉଛି ଆରୋଗ୍ୟ । ବର୍ତମାନ ଅତ୍ୟାଧୁନିକ ଉପାୟରେ କର୍କଟର ଚିକିତ୍ସା କରାଯାଉଥିବାରୁ ଏହା କିଛି ମାତ୍ରାରେ ଯନ୍ତ୍ରଣାଦାୟକ ହୋଇଥାଏ । ଏହା ସବୁ ଠାରୁ ବଡ ଭ୍ରମ,କୌଣସିବି ରୋଗର ଅର୍ଥ ମୃତ୍ୟୁ ହୋଇନଥାଏ। ଯେତେବେଳେ କି କୌଣସି ରୋଗର ଚିକିତ୍ସା ସଠିକ୍ ଭାବରେ କରାଯାଇନଥାଏ କିମ୍ବା ଚିକିତ୍ସାରେ ବିଳମ୍ବ ହୁଏ ସେହି କ୍ଷେତ୍ରରେ ଛୋଟରୁ ଛୋଟ ରୋଗ ବି ମଣିଷକୁ ମୃତ୍ୟୁ ମୁଖରେ ପକାଇଥାଏ । ତେଣୁ ଏହା ଆଦୌ ଭାବିବା ଉଚିତ୍ ନୁହେଁ କି କର୍କଟ ରୋଗର ଅର୍ଥ ହେଉଛି ମୃତ୍ୟୁ । କର୍କଟ ରୋଗ ଶୀଘ୍ର ନିର୍ଣ୍ଣୟ କରାଯାଇ ସଠିକ୍ ଚିକିତ୍ସା କରାଗଲେ ନିୟନ୍ତ୍ରଣ କରାଯାଇପାରିବ । ଏଥିପାଇଁ କର୍କଟ ରୋଗୀଙ୍କୁ ଆଦୌ ଭୟ କରିବା ଉଚିତ୍ ନୁହେଁ । ବିଭିନ୍ନ କର୍କଟ ରୋଗର ଭାଇରୋଲୋଜି ବିଷୟରେ ଏକ ଉତ୍ତମ ବୁଝାମଣା ସହିତ, ବର୍ତ୍ତମାନ ପ୍ରଭାବଶାଳୀ ଚିକିତ୍ସା ପାଇଁ ଏକ ମଲ୍ଟିମୋଡାଲିଟି ପଦ୍ଧତି କରାଯାଉଛି । ଅଙ୍କୋଲୋଜିର ନୀତିକୁ ସାମ୍ନା ନକରି ଅସ୍ତ୍ରୋପଚାର ବର୍ତ୍ତମାନ ଅଧିକ ରକ୍ଷଣଶୀଳ ଅଟେ । ମାଇକ୍ରୋଭାସ୍କୁଲାର ପୁନଃ ନିର୍ମାଣ ସାଧାରଣ ଟିସୁକୁ ସଜାଡିବା ଏବଂ ପାର୍ଶ୍ୱ ପ୍ରତିକ୍ରିୟା ଗୁଡ଼ିକୁ ହ୍ରାସ କରିବା ପାଇଁ ଅସ୍ତ୍ରୋପଚାର, କସମେଟିକ୍ ରୂପକୁ ଉନ୍ନତ କରିଛି । ସେହିଭଳି କେମୋଥେରାପି ଏବଂ ଅନେକ ନୂତନ ଔଷଧ ଏହାର ପାର୍ଶ୍ୱ ପ୍ରତିକ୍ରିୟାକୁ ହ୍ରାସ କରିଛି । ତେଣୁ କର୍କଟ ରୋଗର ଚିକିତ୍ସା ବର୍ତ୍ତମାନ ଅଧିକ ସହନଶୀଳ ହୋଇପାରିଛି। କର୍କଟ ରୋଗକୁ ନେଇ ଆହୁରି ମଧ୍ୟ ଭ୍ରମ ରହିଛି ଯେ କର୍କଟ ରୋଗୀ ପୁଣି ଜଣେ ସୁସ୍ଥ ମଣିଷ ଭଳି କାର୍ଯ୍ୟ କରିପାରିବେ ନାହିଁ । କର୍କଟ ରୋଗର ବିକାଶ କିମ୍ବା ତ୍ୱରାନ୍ୱିତ କରିବାରେ କାର୍ଯ୍ୟ କରିବା କୌଣସି ପ୍ରତିବନ୍ଧକ ନୁହେଁ । କର୍କଟ ରୋଗର ଚିହ୍ନଟ ଓ ତାର ସଠିକ୍ ସମୟରେ ଚିକିତ୍ସା ହିଁ ରୋଗୀକୁ ସୁସ୍ଥ ଓ ଦୀର୍ଘାୟୁ କରିଥାଏ ।

Share

Leave a Reply