ଆଜି ବିଶ୍ୱ ହାତୀ ଦିବସ, ଆସନ୍ତା ଅକ୍ଟୋବରରୁ ହାତୀଙ୍କ ବେକରେ ଲାଗିବ ରେଡ଼ିଓ କଲାର

You are currently viewing ଆଜି ବିଶ୍ୱ ହାତୀ ଦିବସ, ଆସନ୍ତା ଅକ୍ଟୋବରରୁ ହାତୀଙ୍କ ବେକରେ ଲାଗିବ ରେଡ଼ିଓ କଲାର
Asian elephant (Elephas maximus) in Kaziranga National park.

ଅନୁଗୁଳ: ଆଜି ବିଶ୍ୱ ହାତୀ ଦିବସ। ହାତୀଙ୍କ ବଂଶବୃଦ୍ଧି ଓ ସୁରକ୍ଷା ପାଇଁ ଜନ ସଚେତନତା ସୃଷ୍ଟି ଲକ୍ଷ୍ୟରେ ଏହି ଦିବସଟି ପାଳନ କରାଯାଏ। ଓଡ଼ିଶାରେ ହାତୀ ମଣିଷ ବିବାଦ ଗତ ଦଶ ବର୍ଷରେ ବଢ଼ିଛି। ହାତୀଙ୍କ ବଂଶ ବୃଦ୍ଧି ସହ ମଣିଷଙ୍କ ସହ ଏହାର ସଂଘର୍ଷ ବେଶ ଆଖି ଦୃଶିଆ ହୋଇଛି। ସରକାର ହାତୀ ମଣିଷ ବିବାଦକୁ ରୋକିବା ପାଇଁ ଯେତେ ଉଦ୍ୟମ କଲେ ମଧ୍ୟ ତାହା ସଫଳ ହୋଇ ନାହିଁ। ଆମ ଅନୁଗୁଳ ଜିଲ୍ଲାରେ ହାତୀ ମଣିଷ ବିବାଦ ଉତ୍କଟ ହେବାରେ ଲାଗିଛି। ଅନୁଗୁଳ ଓ ଆଠମଲ୍ଲିକ ବ୍ଲକରେ ଏହିସଂଘର୍ଷ ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହାଦ୍ବାରା ଜନ ଅସନ୍ତୋଷ ବଢ଼ିଛି। ଗତ ଦଶ ବର୍ଷ ମଧ୍ୟରେ ଓଡ଼ିଶାରେ ନ ଶହ ରୁ ଅଧିକ ହାତୀ ମରିଛନ୍ତି।ଏମାନଙ୍କ ମଧ୍ୟରୁ ୧୪୧ ହାତୀ ଦୁର୍ଘଟଣାରେ,୧୩୫ ହାତୀ ବିଦ୍ୟୁତ୍ ଆଘାତରେ,୩୦୭ ହାତୀ ରୋଗରେ ଏବଂ ୪୮ ହାତୀ ଶିକାରୀଙ୍କ ଦ୍ଵାରା ମରିଛନ୍ତି।ସେହିଭଳି ୧୧୯ ହାତୀଙ୍କ ପ୍ରାକୃତିକ ବିପର୍ଯ୍ୟୟ ଏବଂ ବାର୍ଦ୍ଧକ୍ୟ ଯୋଗୁଁ ମୃତ୍ୟୁ ଘଟିଛି। କିଛି କ୍ଷେତ୍ରରେ ମୃତ୍ୟୁର କାରଣ ଜଣା ପଡି ନାହିଁ।

ହାତୀ ମଣିଷ ବିବାଦକୁ ନିୟନ୍ତ୍ରଣ କରିବା ପାଇଁ ଜଙ୍ଗଲ ବିଭାଗ ହାତୀଙ୍କ ବେକରେ ରେଡ଼ିଓ କଲାର ଲଗାଇବାକୁ ମନସ୍ଥ କରିଛନ୍ତି।କର୍ଣ୍ଣାଟକ ଓ ତାମିଲନାଡୁରେ ଏହା ସଫଳ ହୋଇଥିବା ବେଳେ ଓଡ଼ିଶାରେ ଏହା ସଫଳ ହେବ ବୋଲି ଆଶଙ୍କା କରାଯାଉଛି। ଏକ ସଂସ୍ଥାକୁ ରେଡ଼ିଓ କଲାର ଯୋଗାଣ ପାଇଁ ଅର୍ଡର ଦିଆ ସାରିଛି। ଯେତେଦୂର ଆଶା ଆସନ୍ତା ଅକ୍ଟୋବର ବେଳକୁ ଏହି ରେଡ଼ିଓ କଲାର ଆସିଯିବ ବୋଲି ଜଣାପଡିଛି।
ଏହାଦ୍ବାରା ହାତୀଙ୍କ ଗତି ବିଧି ଉପରେ ଦୃଷ୍ଟି ରଖା ଯାଇପାରିବ।

Share

Leave a Reply