ଆଜି ବିଶ୍ବ ଜନସଂଖ୍ୟା ଦିବସ

You are currently viewing ଆଜି ବିଶ୍ବ ଜନସଂଖ୍ୟା ଦିବସ

ଅନୁଗୁଳ: ଦ୍ରୁତ ଜନସଂଖ୍ୟା ବୃଦ୍ଧିର କୁପରିଣାମ ବିଷୟରେ ବିଶ୍ବବାସୀଙ୍କୁ ଅବଗତ କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଜୁଲାଇ ୧୧ ତାରିଖରେ ପାଳିତ ହୁଏ ବିଶ୍ୱ ଜନସଂଖ୍ୟା ଦିବସ। ୧୯୮୯ରେ ମିଳିତ ଜାତିସଂଘର ସାଧାରଣ ସଭା ବା ୟୁନାଇଟେଡ୍‌ ନେସନ ଜେନେରାଲ ଆସେମ୍ୱ‌୍ଲି ପକ୍ଷରୁ ଜୁଲାଇ ୧୧ ତାରିଖକୁ ବିଶ୍ବ ଜନସଂଖ୍ୟା ଦିବସ ଭାବରେ ପାଳନ କରିବାକୁ ନିଷ୍ପତ୍ତି ହୋଇଥିଲା। କାରଣ ୧୯୮୭ ମସିହା ସୁଦ୍ଧା ବିଶ୍ବ ଜନସଂଖ୍ୟା ୫ ଶହ କୋଟି ଛୁଇଁଥିଲା।

ଏହି ଦିବସ ପାଳନ ଅବସରରେ ଭିନ୍ନ ଭିନ୍ନ ଉପାୟ ଅବଲମ୍ବନ କରି କିପରି ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଇ ଜନସଂଖ୍ୟାକୁ ନିୟନ୍ତ୍ରଣ କରାଯିବ ସେ ନେଇ ଲୋକଙ୍କୁ ସଚେତନ କରାଯାଏ।
ବିଶ୍ୱରେ ଜନସଂଖ୍ୟା ବୃଦ୍ଧି ସମ୍ବନ୍ଧୀୟ ସମସ୍ୟାର ସମାଧାନ ଦିଗରେ କାର୍ଯ୍ୟ କରିବା ସହ ଲିଙ୍ଗଗତ ସମାନତା, ପରିବାର ନିୟୋଜନ, ମାତୃ ସ୍ୱାସ୍ଥ୍ୟ ଇତ୍ୟାଦି ବିଷୟରେ ଜନସଚେତନତା ସୃଷ୍ଟି କରିବା ହେଉଛି ଜନସଂଖ୍ୟା ଦିବସ ପାଳନର ଉଦ୍ଦେଶ୍ୟ।

Share

Leave a Reply