ଅନୁଗୁଳ: ଅନୁଗୁଳରେ ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ୍। ସୌଭାଗ୍ୟବଶତଃ ଏଥିରେ କାହାର କିଛି କ୍ଷୟକ୍ଷତି ହୋଇନାହିଁ।
ଆଜି ଅପରାହ୍ନ ପ୍ରାୟ ୪ ଟାରେ ସ୍ଥାନୀୟ ବୁଢ଼ାପଙ୍କ ନିକଟରେ ଏକ ମାଲବାହୀ ଟ୍ରେନ ଲାଇନଚ୍ୟୁତ ହୋଇଥିଲା। ଟ୍ରେନଟି ଯଖପୁରାରୁ ମେରାମଣ୍ଡଳୀ ଟାଟା ଷ୍ଟିଲକୁ କୋଇଲା ନେଇ ଯାଉଥିଲା। ୯ ନମ୍ବର ଟ୍ରାକ ଲାଇନରେ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ ହୋଇଥିବା ବେଳେ ଦୁର୍ଘଟଣାର କାରଣ ଜଣାପଡ଼ିନାହିଁ। ଦୁର୍ଘଟଣା ପରେ ବି ଟ୍ରେନ୍ ଚଳାଚଳ ସ୍ବାଭାବିକ ଥିବା ସୂଚନା ମିଳିଛି।
ଅନୁଗୁଳରେ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ, କେହି ମୃତାହତ ହୋଇନଥିବା
