କାମରୁ ଫେରିବା ପରେ ଘରେ ଟ୍ରେନ ମ୍ୟାନେଜରଙ୍କ ମୃତ୍ୟୁ, ଅଂଶୁଘାତ ଯୋଗୁ ଜୀବନ ଯାଇଥିବା ସନ୍ଦେହ

You are currently viewing କାମରୁ ଫେରିବା ପରେ ଘରେ ଟ୍ରେନ ମ୍ୟାନେଜରଙ୍କ ମୃତ୍ୟୁ, ଅଂଶୁଘାତ ଯୋଗୁ ଜୀବନ ଯାଇଥିବା ସନ୍ଦେହ

ଅନୁଗୁଳ: ଅନୁଗୁଳ ରେଳ ଷ୍ଟେସନରେ କାମ କରୁଥିବା ଜଣେ ଟ୍ରେନ ମ୍ୟାନେଜରଙ୍କର ଅଂଶୁଘାତରେ ମୃତ୍ୟୁ ଘଟିଛି। ମୃତକ ହେଲେ ଦୀପକ କୁମାର। ତାଙ୍କ ପ୍ରକୃତ ଘର ବିହାର ରାଜ୍ୟର ବାବୁଗଞ୍ଜ ଅଞ୍ଚଳରେ।
ସୂଚନା ମୁତାବକ, ଆଜି ଦିନ ୧୧ଟାରେ ଟ୍ରେନ ମ୍ୟାନେଜର ଦୀପକ ଡ୍ୟୁଟି ସାରି ଅନୁଗୁଳ ରେଲୱେ ଷ୍ଟେସନ କଲୋନୀରେ ରହୁଥିବା ଘରକୁ ଫେରିଥିଲେ। ଘରେ ସେ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଅଂଶୁଘାତରେ ତାଙ୍କ ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଛି।

ଏନେଇ ପୋଲିସକୁ ଖବର ଦେବା ପରେ ବ୍ୟବଚ୍ଛେଦ ପାଇଁ ପଠାଇଛି। ଆସନ୍ତାକାଲି ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ କାରଣ ଜଣାପଡ଼ିବ ବୋଲି ପୋଲିସ କହିଛି।

Share

Leave a Reply