ଓଡ଼ିଆ ଭାଷାରେ କାର୍ଯ୍ୟ କରିବା ପାଇ ସରକାରୀ କର୍ମଚାରୀଙ୍କୁ ପ୍ରଶିକ୍ଷଣ, ତିନିଦିନ ଦିଆଯିବ ତାଲିମ

You are currently viewing ଓଡ଼ିଆ ଭାଷାରେ କାର୍ଯ୍ୟ କରିବା ପାଇ ସରକାରୀ କର୍ମଚାରୀଙ୍କୁ ପ୍ରଶିକ୍ଷଣ, ତିନିଦିନ ଦିଆଯିବ ତାଲିମ

ଭୁବନେଶ୍ୱର : ଓଡ଼ିଆ ଭାଷାରେ କାର୍ଯ୍ୟ କରିବା ପାଇଁ ସରକାରୀ କର୍ମଚାରୀଙ୍କୁ ଦିଆଗଲା ପ୍ରଶିକ୍ଷଣ। ସ୍ଥାନୀୟ ସଂସ୍କୃତି ଭବନରେ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କୁ ଓଡ଼ିଆ ଭାଷା ମାଧ୍ୟମରେ କାର୍ଯ୍ୟ କରିବା ପାଇଁ ଏକ ତିନିଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ଦୁଇ ଶହରୁ ଅଧିକ ଜଣ କର୍ମଚାରୀ ଓ ଅଧିକାରୀ ଯୋଗ ଦେଇଥିଲେ।

ଓଡ଼ିଆ ଭାଷା ପ୍ରତିଷ୍ଠାନର ନିର୍ଦ୍ଦେଶକ ଦିଲ୍ଲୀପ ରାଉତରାୟ କାର୍ଯ୍ୟକ୍ରମ ଉଦ୍‌ଘାଟନ କରିଥିଲେ। ପ୍ରଥମ ଦିନର ଅଧିବେଶନରେ ରମେଶ ଚନ୍ଦ୍ର ମଲ୍ଲିକ ‘ଓଡ଼ିଆ ବାକ୍ୟ ଗଠନ ଓ ଚିହ୍ନ ପ୍ରୟୋଗ’ ସମ୍ପର୍କରେ ପ୍ରଶିକ୍ଷଣାର୍ଥୀମାନଙ୍କୁ ସୂଚନା ଦେଇଥିବା ବେଳେ ହରପ୍ରସାଦ ମିଶ୍ର ସଂକ୍ଷେପାକ୍ଷର (ଏବ୍ରେଭିଏସନ୍)ର ପ୍ରୟୋଗ ସମ୍ପର୍କରେ ବୁଝାଇଥିଲେ। ଦ୍ବିତୀୟ ଦିନ ବୈଷ୍ଣବ ଚରଣ ମହାନ୍ତି ‘ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷାର ବ୍ୟବହାରରେ ସମସ୍ୟା ଓ ସମାଧାନ,’ ତଥା ସୁରେନ୍ଦ୍ର କୁମାର ଦାଶ ‘ଓଡ଼ିଆ ଭାଷାର ପ୍ରଶାସନିକ ପ୍ରୟୋଗ, ସଂଖ୍ୟା ଓ ତାରିଖର ବ୍ୟବହାର ଶୈଳୀ’ ବିଷୟରେ ଆଲୋଚନା କରିଥିଲେ। ତୃତୀୟ ଦିନରେ କୈଳାସ ଚନ୍ଦ୍ର ଟିକାୟତରାୟ ‘ଓଡ଼ିଆ ଲିଖନର ସାଧାରଣ ଭ୍ରାନ୍ତି,’ ଓ ଦେବାଶିଷ ମହାପାତ୍ର ‘ବନାନ ଶୁଦ୍ଧତାର ଆବଶ୍ୟକତା ବିଷୟରେ ସୂଚନା ଦେବେ ବୋଲି ଜଣାଯାଇଛି।

ଫଣୀନ୍ଦ୍ର ଭୂଷଣ ନନ୍ଦ ଓ ପ୍ରେମାନନ୍ଦ ମହାପାତ୍ର ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମର ସଂଯୋଜନା ଦାୟିତ୍ୱରେ ଥିଲେ। ଏହି ଉପଲକ୍ଷେ ପ୍ରସ୍ତୁତ ହୋଇଥିବା ‘ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷାରେ ବ୍ୟବହାର’ ନାମକ ପୁସ୍ତିକା ପ୍ରଶିକ୍ଷଣାର୍ଥୀମାନଙ୍କୁ ଦିଆଯାଇଥିଲା। ଓଡ଼ିଶା ସରକାରଙ୍କ ଦ୍ବାରା ପ୍ରସ୍ତୁତ ‘ପ୍ରଶାସନିକ ଶବ୍ଦକୋଷ’ ମଧ୍ୟ ଏଥିପାଇଁ ବ୍ୟବହୃତ ହୋଇଥିଲା।

Share

Leave a Reply