ଅନୁଗୁଳ: ଅନୁଗୁଳ ଜିଲ୍ଲା ଅନ୍ତର୍ନିବେଶୀ ଶିକ୍ଷା ସାଧନ କେନ୍ଦ୍ର ଠାରେ ଭାରତ ସରକାରଙ୍କ ଷ୍ଟାର୍ସ (STARS) ପ୍ରକଳ୍ପ ଅନ୍ତର୍ଗତ ପ୍ରଦତ୍ତ ଲ୍ଯାପଟପ ଗୁଡିକର ବ୍ୟବହାର ଓ ଯତ୍ନ ସମ୍ପର୍କିତ ଦୃଷ୍ଟିବାଧିତ ଛାତ୍ରଛାତ୍ରୀଙ୍କ ତିନି ଦିନିଆ ଆବାସିକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି।
କାର୍ଯ୍ୟକ୍ରମର ମୁଖ୍ୟ ପୁରୋଧା ଭାବରେ ଅନୁଗୁଳ ଜିଲ୍ଲା ଶିକ୍ଷା ଅଧିକାରିଣୀ ସୁସ୍ମିତା ସାହୁ, ଜିଲ୍ଲା ଅନ୍ତର୍ନିବେଶୀ ସଂଯୋଜକ ବିଜୟ କୁମାର ସାହୁ, ଓଡିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣଙ୍କ ତରଫରୁ ମନୋନୀତ ସାଧନକର୍ମୀ ଶଶିକାନ୍ତ ରାଉତ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। କାର୍ଯ୍ୟକ୍ରମରେ ଜିଲ୍ଲାରେ ନବମ ଶ୍ରେଣୀରୁ ଦ୍ଵାଦଶ ଶ୍ରେଣୀ ମଧ୍ୟରେ ପଢୁଥିବା ୧୨ ଜଣ ଦୃଷ୍ଟିବାଧିତ ଛାତ୍ରଛାତ୍ରୀଙ୍କ ସହିତ ସେମାନଙ୍କର ଜଣେ ଲେଖାଏଁ ଅଭିଭାବକ ତାଲିମ ଗ୍ରହଣ କରୁଛନ୍ତି।
ଅନୁଗୁଳ ବ୍ଲକରେ କାର୍ଯ୍ୟରତ ଗୋଷ୍ଠୀ ସାଧନକର୍ମୀ ରଘୁନାଥ ବାରିକ ଓ ପତିତପାବନ ବାଡିଆ ପ୍ରମୁଖ ସହାୟତା କରୁଥିବା ଜଣାଯାଇଛି।


