ବୋହିନେଲେ ପେଟି ପେଟି ମଦ

You are currently viewing ବୋହିନେଲେ ପେଟି ପେଟି ମଦ

ଅନୁଗୁଳ: ଅନୁଗୁଳ ସହରରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ମାଡୁଥିବାରୁ ତିନି ଦିନିଆ ସଟଡାଉନ୍ ଆରମ୍ଭ ହୋଇଛି। ମାତ୍ର ଗତକାଲି ପ୍ରଥମ ଦିନରେ ସଟଡାଉନ୍ ନିୟମକୁ ଅମାନିଆ ଖୋଲାଖୋଲି ଉଲଂଘନ କରିଛନ୍ତି। ସଟଡାଉନ୍‌ରେ କେବଳ ଜରୁରୀକାଳୀନ ସେବା ବ୍ୟତୀତ ଅନ୍ୟ ସମସ୍ତ ଦୋକାନ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲା ପୌର ପ୍ରଶାସନ। ମାତ୍ର ଅନୁଗୁଳ ସହରରେ ଥିବା ମଦ ଦୋକାନଗୁଡିକ ନିର୍ଦ୍ଦେଶକୁ ଫୁ’ କରି ଦେଇଥିଲେ । ସକାଳୁ ମଦ ଦୋକାନଗୁଡିକ ଖୁଲ୍‌ମଖୁଲା ବେପାର କରିଥିଲେ । ଦୋକାନ ଆଗରେ ମାଳ ମାଳ ଅଟୋ ଲାଗି ଥିଲା। ଆଉ ଅଟୋରେ ପେଟି ପେଟି ମଦ ବୋହି ନେଇଥିଲେ ବେପାରୀ । ଆଗକୁ ଲକଡାଉନ୍ ଓ ସଟଡାଉନ୍ ଆଶଙ୍କା କରି ଗ୍ରାମାଞ୍ଚଳର ମଦ ବେପାରୀ ଏବେ ମଦ ମହଜୁଦ୍ କରିବାରେ ଲାଗିଛନ୍ତି। ଫଳସ୍ୱରୂପ ସଟଡାଉନ୍ ସତ୍ତ୍ବେ ଗାଡ଼ି ଗାଡ଼ି ମଦ ବୋହି ନେଇଥିଲେ । ଏ ସଂକ୍ରାନ୍ତରେ ଅବକାରୀ ଅଧିକ୍ଷକ ବିବେକାନନ୍ଦ ନାୟକଙ୍କୁ ଯୋଗାଯୋଗ କରିବାରୁ, ସକାଳୁ ମଦ ବିକ୍ରି ନେଇ ଅଭିଯୋଗ ଆସିଥିଲା। ଅଭିଯୋଗ ପାଇବା ପରେ ଦୋକାନ ବନ୍ଦ କରାଯାଇଥିଲା ବୋଲି ଶ୍ରୀ ନାୟକ ପ୍ରକାଶ କରିଛନ୍ତି।

Share

Leave a Reply