ଅନୁଗୁଳ : ଅନୁଗୁଳ ଜିଲ୍ଲା ଅଲ୍ ଇଣ୍ଡିଆ କିଷାନ୍ କ୍ଷେତମଜଦୁର ସଙ୍ଗଠନ (ଏଆଇକେକେଏମ୍ଏସ୍) ପକ୍ଷରୁ ଚାଷୀ ଆନ୍ଦୋଳନରେ ଶହୀଦଙ୍କୁ ମଙ୍ଗଳବାର ଶ୍ରଦ୍ଧାଞ୍ଜଳି ଦିଆଯାଇଛି। ଅନୁଗୁଳ ବସ୍ଷ୍ଟାଣ୍ଡରେ ପଥପ୍ରାନ୍ତ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠତ ହୋଇଥିଲା। ଏଥିରେ ସଙ୍ଗଠନର ଜିଲ୍ଲା ସମ୍ପାଦକ ସୁବାସ ପ୍ରଧାନ ପରିଚାଳନା କରିଥିଲେ। ଆଡଭୋକେଟ ପ୍ରମୋଦ ପ୍ରଧାନ, ଦିଲ୍ଲୀପ କୁମାର ଦାସ, ଅଭିମନ୍ୟୁ ସ୍ଵାଇଁ, ରବୀନ୍ଦ୍ରନାଥ ପ୍ରଧାନ, ନିରୋଦ ଚନ୍ଦ୍ର ପାଳ, ଅଶୋକ ପ୍ରଧାନ ପ୍ରମୁଖ ସହରର ବୁଦ୍ଧିଜୀବୀଙ୍କ ସମେତ ଚାଷୀନେତା ରଣଜିତ୍ ପ୍ରଧାନ, ସଞ୍ଜୟ ସାହୁ, କୁମର ସାହୁ, ଉଦୟ ଭୋଇ, ପ୍ରତାପ ସାହୁ, ଏସୟୁସିଆଇ(କମ୍ୟୁନିଷ୍ଟ) ପକ୍ଷରୁ ନବକିଶୋର ପ୍ରଧାନ, ବ୍ରଜବନ୍ଧୁ ସାହୁ, ଯୁବନେତା ମାନସ ପାଳ, ବିଷ୍ଣୁ ସାହୁ, ନିରଞ୍ଜନ ନାୟକ, ଦୁଃଖବନ୍ଧୁ ବେହେରା, ଛାତ୍ରନେତା ନାରାୟଣ ନାୟକଙ୍କ ସମେତ ଉପସ୍ଥିତ ଜନସାଧାରଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଶେଷରେ ଏକ ପ୍ରଚାର ଯାନ ଅନୁଗୁଳ, ବଅଁରପାଳ, ଛେଣ୍ଡିପଦା ଅଞ୍ଚଳକୁ ଯାଇ ପଥପ୍ରାନ୍ତ ସଭା ମାନ ଅନୁଷ୍ଠିତ ହୋଇଥିଲା।
ଚାଷୀ ଆନ୍ଦୋଳନରେ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି
- Post published:October 27, 2021
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Angul TV Bureau

Tags: Angul