ଅନୁଗୁଳ: ବାଲେଶ୍ଵର ଫକୀରମୋହନ ସ୍ଵୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ସୌମ୍ଯାଶ୍ରୀ ଜୀବନ ଯୁଦ୍ଧରେ ହାରିଯାଇଛନ୍ତି। ଗତ ଶନିବାର ଜୁଲାଇ ୧୨ ତାରିଖ ଦିନ ଅଧ୍ୟାପକ ତଥା କଲେଜ କତ୍ତୃପକ୍ଷଙ୍କ ନିର୍ଯ୍ୟାତନା ସହି ନପାରି ନିଜ ଦେହରେ ନିଆଁ ଲଗାଇ ଦେଇଥିଲେ। ୩ ଦିନର ଚିକିତ୍ସା ପରେ ଶେଷରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।
ସୌମ୍ଯାଶ୍ରୀଙ୍କ ଅମର ଆତ୍ମାର ସଦଗତି କାମନା କରି ମଙ୍ଗଳବାର ସନ୍ଧ୍ୟାରେ ଜିଲ୍ଲା ସ୍ବେଛାସେବୀ ଓ ସଚେତନ ନାଗରିକ ମାନଙ୍କ ପକ୍ଷରୁ ଅନୁଗୁଳ ଜଗନ୍ନାଥ ମନ୍ଦିର ସମ୍ମୁଖରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଅଛି। ଏଥିସହିତ ତାଙ୍କର ଏହି ମୃତ୍ୟୁର ସଠିକ୍ ତଦନ୍ତ କରାଯାଇ ସମ୍ପୃକ୍ତ ବ୍ୟକ୍ତିମାନଙ୍କ ବିରୁଦ୍ଧରେ କଠୋର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ଦାବୀ ଉପସ୍ଥାପନା କରାଯାଇଅଛି । ଶିକ୍ଷାନୁଷ୍ଠାନରେ ପାଠ ପଢୁଥିବା ଛାତ୍ରୀ, ବିଭିନ୍ନ ସରକାରୀ ବେସରକାରୀ ସଂସ୍ଥାରେ କାର୍ଯ୍ୟରତ ମହିଳା ମାନଙ୍କୁ କିଭଳି ସୁରକ୍ଷା ଦିଆଯାଇପାରିବ ସେ ଦିଗରେ ରାଜ୍ୟ ସରକାର ଯତ୍ନବାନ ହୂଅନ୍ତୁ ବୋଲି ଉପସ୍ଥିତ ବ୍ୟକ୍ତିମାନେ ଆହ୍ବାନ ଦେଇଥିଲେ ।