ଛେଣ୍ଡିପଦା: ଛେଣ୍ଡିପଦା ବ୍ଲକ ଅଂଚଳରେ ନାଲକୋ ଓ ଜିନ୍ଦଲର କୋଇଲା ଖଣିରୁ କୋଇଲା ପରିବହନ ଆରମ୍ଭ ହୋଇଥିଲେ ମଧ୍ୟ ସ୍ଥାନୀୟ ଟ୍ରକ ମାଲିକଙ୍କୁ ଅଣଦେଖା କରାଯାଉଛି। ଏ ନେଇ କେହି ନ ଶୁଣିବାରୁ ଆଜି ବିଧାୟକ ସୁଶାନ୍ତ ବେହେରାଙ୍କ ନେତୃତ୍ୱରେ ଶତାଧିକ ଟ୍ରକ ମାଲିକ ଭୁବନେଶ୍ୱର ଯାଇ ବିଜେଡିର ସାଙ୍ଗଠନିକ ସମ୍ପାଦକ ବବି ଦାଶଙ୍କୁ ଭେଟି ସମସ୍ୟା ସମ୍ପର୍କରେ ଜଣାଇଥିଲେ। ଜିଲ୍ଲା ପର୍ଯ୍ୟବେକ୍ଷକ କୁନବିହାରୀ ଦାସଙ୍କ ଉପସ୍ଥିତିରେ ଟ୍ରକ ମାଲିକଙ୍କ ସହିତ ବବି ଦାସ ଆଲୋଚନା କରିଥିଲେ। ଏଥିସହ ସମସ୍ୟାକୁ ସମାଧାନ କରିବା ପାଇଁ ଅଳ୍ପ ଦିନ ମଧ୍ୟରେ ବବି ଦାସ ଅନୁଗୁଳ ଆସିବେ ଏବଂ ଜିଲ୍ଲା ପ୍ରଶାସନ, କମ୍ପାନୀ କର୍ତ୍ତୃପକ୍ଷ ଓ ଟ୍ରକ ମାଲିକଙ୍କ ସହିତ ଆଲୋଚନା କରି ସମାଧାନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିବା ଜଣାଯାଇଛି।
ଅନୁଗୁଳରେ ଟ୍ରକ ମାଲିକଙ୍କୁ ଅଣଦେଖା ପ୍ରସଙ୍ଗ, ବବିଙ୍କୁ ଭେଟିଲେ ଟ୍ରକ ମାଲିକ ସଂଘ
- Post published:February 4, 2024
- Post category:ମୁଖ୍ୟ ଖବର
- Post comments:0 Comments
- Post author:Sanjeeb Biswal
