ନାଲକୋ ସୁରକ୍ଷାକର୍ମୀଙ୍କ ସଫଳତା, ଲୁହା କଟ ପିସ ଚୋରଙ୍କୁ ଧରି ପୋଲିସ ଜିମା ଦେଲେ

You are currently viewing ନାଲକୋ ସୁରକ୍ଷାକର୍ମୀଙ୍କ ସଫଳତା, ଲୁହା କଟ ପିସ ଚୋରଙ୍କୁ ଧରି ପୋଲିସ ଜିମା ଦେଲେ

ଅନୁଗୁଳ: ନାଲକୋ ଟ୍ରାଞ୍ଜିଟ ଅଞ୍ଚଳରୁ ବାରମ୍ବାର ଲୁହା କଟ ପିସ ଚୋରି ନେଇ ଅଭିଯୋଗ ହେବା ପରେ ଧରାପଡ଼ିଛନ୍ତି ଅଭିଯୁକ୍ତ। ଚୋରି ହେଉଥିବା ଯୋଗୁ ସୁରକ୍ଷା ଦାୟିତ୍ୱରେ ଥିବା କରନ ସିଂ ସୁରକ୍ଷା ସଂସ୍ଥା ଚେକିଂ କଡ଼ାକଡ଼ି କରିଥିଲା।

ଶନିବାର ଚେକିଂ ବେଳେ ପୂର୍ବାହ୍ନରେ ଏକ ନାଲି ରଙ୍ଗର ପଲସର ବାଇକରେ ଦୁଇ ଜଣ ଅଜଣା ବ୍ୟକ୍ତି ଦ୍ରୁତ ଗତିରେ ଯାଉଥିବାର ପ୍ୟାଟ୍ରୋଲିଂ ଟିମ୍ ଦେଖି ତାଙ୍କୁ ଅଟକାଇଥିଲା। କିନ୍ତୁ ସେମାନେ ନ ଅଟକିବାରୁ ତାଙ୍କୁ ପିଛା କରିଥିଲେ ସୁରକ୍ଷା କର୍ମୀ। ଆମ୍ବେଦକର ପାର୍କ ନିକଟରେ ଯୁବକ ଦ୍ବୟଙ୍କୁ କାବୁ କରିଥିଲେ। ସେମାନଙ୍କ ନିକଟରୁ ଏକ କୁଇଣ୍ଟାଲରୁ ଅଧିକ ଓଜନର ଲୁହା କଟ ପିସ ଜବତ ହୋଇଛି। ଖବର ପାଇ ସଂସ୍ଥାର ସିକ୍ୟୁରିଟି ଇନ୍ସପେକ୍ଟର ପହଞ୍ଚି ଯୁବକ ଦ୍ୱୟଙ୍କୁ ଜେରା କରି ପୋଲିସ ଜିମା ଦେଇଛି।

Share

Leave a Reply