ଦୁଇ ବାଇକ ମୁହାଁମୁହିଁ ଧକ୍କା, ଜଣେ ମୃତ, ଦୁଇ ଜଣ ଗୁରୁତର

You are currently viewing ଦୁଇ ବାଇକ ମୁହାଁମୁହିଁ ଧକ୍କା, ଜଣେ ମୃତ, ଦୁଇ ଜଣ ଗୁରୁତର

ଅନୁଗୁଳ: ଅନୁଗୁଳ ଜାତୀୟ ରାଜପଥ ପିଟିସି ଠାରେ ଗୁରୁବାର ପୂର୍ବାହ୍ନରେ ଦୁଇଟି ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତ ଯୁବକ ଜଣଙ୍କ ହେଲେ ଆଠମଲ୍ଲିକ ଅଞ୍ଚଳର ପ୍ରଦୀପ ବେହେରା (୨୯)। ସେ ଅନୁଗୁଳରେ ରହି ଜମାଟୋ ଡେଲିଭରି ବୟ ଭାବେ କାର୍ଯ୍ୟ କରୁଥିଲେ।

ସୂଚନା ଅନୁସାରେ, ପ୍ରଦୀପ ଜିନିଷ ଡେଲିଭରି ପାଇଁ ଅନୁଗୁଳରୁ ନାଲକୋ ଅଞ୍ଚଳକୁ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଏକ ବାଇକ ତାଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ପ୍ରଦୀପଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ତୁରନ୍ତ ତାଙ୍କୁ ଅନୁଗୁଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା, କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇ ଚିକିତ୍ସାଧୀନ ଅଛନ୍ତି।

Share

Leave a Reply