ବଟି ନଦେବାରୁ ହାଣିପକାଇଲେ, ଦୁଇ ବ୍ୟବସାୟୀ ଗୁରୁତର

You are currently viewing ବଟି ନଦେବାରୁ ହାଣିପକାଇଲେ, ଦୁଇ ବ୍ୟବସାୟୀ ଗୁରୁତର

ଅନୁଗୁଳ : ସହର ଉପକଣ୍ଠ ପ୍ରଗତିନଗର ଠାରେ ଦୁଇ ଜଣ ବ୍ୟବସାୟୀଙ୍କୁ ପ୍ରାଣାନ୍ତକ ଆକ୍ରମଣ ହୋଇଛି। ଦୁର୍ବୃତ୍ତଙ୍କ ଟାଙ୍ଗିଆ ଚୋଟରେ ଉଭୟ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଦୁଇ ବ୍ୟବସାୟୀ ହେଲେ ପ୍ରଗତିନଗରର ଲକ୍ଷ୍ମୀକାନ୍ତ ନାୟକ(୭୮) ଓ ଧୀରେନ୍‌ ଦେହୁରୀ (୩୦)।

ସୂଚନା ମୁତାବକ, ଲକ୍ଷ୍ମୀକାନ୍ତଙ୍କ ପ୍ରଗତିନଗରରେ ଏକ ଔଷଧ ଦୋକାନ ରହିଛି। ନିକଟରେ ଧୀରେନ୍‌ଙ୍କ ଏକ ଗ୍ରୋସରି ଦୋକାନ ଥିବା ବେଳେ ଗାଣ୍ଡୁପଡ଼ିଆର କିଛି ଅସାମାଜିକ ଯୁବକ ନିୟମିତ ଯାଇ ସେମାନଙ୍କୁ ବଟି ମାଗନ୍ତି। ଶନିବାର ପୂର୍ବାହ୍ନରେ ନିଶାରେ ଚୁର୍ ଥିବା ୨ ଜଣ ଦୁଗ୍ଧର ଲକ୍ଷ୍ମୀକାନ୍ତଙ୍କ ଦୋକାନ ପାଖରେ ପହଞ୍ଚି ଦାଦାବଟି ମାଗିଥିଲେ। ମାତ୍ର ସେ ମନା କରିବାରୁ ଟାଙ୍ଗିଆରେ ହାଣି ଦେଇଥିଲେ। ସେହିପରି ପାଖରେ ଥିବା ଧୀରେନ୍‌ଙ୍କ ହାତକୁ ଟାଙ୍ଗିଆ ଚୋଟ ପକାଇଥିଲେ। ଦୁର୍ବୃତ୍ତ ଦ୍ଵୟ କିଛି ସମୟ ଆତଙ୍କ ଖେଳାଇବା ପରେ ସେଠାରୁ ଚମ୍ପଟ ମାରିଥିଲେ। ସ୍ଥାନୀୟ ଲୋକ ଗୁରୁତର ଲକ୍ଷ୍ମୀକାନ୍ତ ଓ ଧୀରେନ୍‌ଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଲକ୍ଷ୍ମୀକାନ୍ତଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ କଟକ ବଡ଼ ମେଡିକାଲ୍‌କୁ ସ୍ଥାନାନ୍ତର କରାଯାଇଥିବା ବେଳେ ଧୀରେନଙ୍କ ଚିକିତ୍ସା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚାଲିଛି। ପୁଲିସ୍ ଦୁଇ ଅଭିଯୁକ୍ତଙ୍କ ମଧ୍ୟରୁ ଜଣକୁ କାବୁ କରିଥିବା କରିଥିବା ବେଳେ ଅନ୍ୟ ଜଣକୁ ବାନ୍ଧିବା ପାଇଁ ଚଢ଼ଉ ଜାରି ରହିଥିବା ସଦର ଥାନା ଅଧିକାରୀ ମୃଣାଳ କାର୍ଲୋ ସୂଚନା ଦେଇଛନ୍ତି।

Share

Leave a Reply