କ୍ୟାମ୍ପସ୍‌ରେ ଠିଆ ହୋଇଥିବା ବେଳେ ହଠାତ୍‌ ଜଳିଗଲା ୨ କଲେଜ ବସ୍‌

You are currently viewing କ୍ୟାମ୍ପସ୍‌ରେ ଠିଆ ହୋଇଥିବା ବେଳେ ହଠାତ୍‌ ଜଳିଗଲା ୨ କଲେଜ ବସ୍‌

ଅନୁଗୁଳ: ସର୍ଟ ସର୍କିଟ୍‌ ଯୋଗୁ ବସ୍‌ରେ ଲାଗିଲା ନିଆଁ। ମଙ୍ଗଳବାର ଅନୁଗୁଳ ଉପକଣ୍ଠ ପଞ୍ଚମହଲା ସ୍ଥିତ ଆଦର୍ଶ ଇଞ୍ଜିନିୟରିଂ କଲେଜର ଦୁଇଟି ବସ୍‌ରେ ନିଆଁ ଲାଗିଯାଇଛି। ଖବର ପାଇ ଆଗ୍ନିକମାନେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ଏହି ଘଟଣାରେ କେହି ମୃତାହତ ହୋଇନଥିବା ଜଣାଯାଇଛି।

ସୂଚନାଯୋଗ୍ୟ, ଆଦର୍ଶ ଇଞ୍ଜିନିୟରିଂ କଲେଜ କ୍ୟାମ୍ପସ୍‌ରେ ଠିଆ ହୋଇଥିବା ବେଳେ ହଠାତ୍‌ ବସ୍‌ ଦ୍ୱୟ ଜଳିବାକୁ ଲାଗିଥିଲା। ଖବର ପାଇ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ଦୁଇଟି ଯାକ ବସ୍‌ରେ ନିଆଁ ଲାଗିଥିବାରୁ ଆଉ ଏକ ଫାୟାର ୟୁନିଟ୍‌କୁ ଡାକିବାକୁ ପଡ଼ିଥିଲା। ତା’ ପରେ ହିଁ ନିଆଁ ଆୟତ୍ତକୁ ଆସିଥିଲା। ଏହି ଅଗ୍ନିକାଣ୍ଡରେ ଦୁଇଟି ଯାକ ବସ୍‌ର ଅର୍ଦ୍ଧାଧିକ ଅଂଶ ଜଳିଯାଇଛି।

ଅଗ୍ନିଶମ ବିଭାଗ ପକ୍ଷରୁ ଆଗ୍ନିକ ପରୀକ୍ଷିତ ପ୍ରଧାନ, ରଶ୍ମି ରଞ୍ଜନ ଲେଙ୍କା, ରବୀନ୍ଦ୍ର କୁମାର ନାୟକ, ରଞ୍ଜିତ ରାଉତ, ରଶ୍ମିକାନ୍ତ ବରାଳ, କିଷନ ମିଶ୍ର, ସୁବୋଧ ପ୍ରଧାନ ପ୍ରମୁଖ ନିଆଁ ଲିଭାରେ ସହଯୋଗ କରିଥିଲେ। ତେବେ ସର୍ଟ ସର୍କିଟ୍‌ ଯୋଗୁ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାଯାଇଛି। ଏହି ଘଟଣାରେ କେହି ମୃତାହତ ହୋଇନଥିବା କଲେଜ ପକ୍ଷରୁ କୁହାଯାଇଛି।

Share

Leave a Reply