ଅନୁଗୁଳ: ଗତ ୧୨ ତାରିଖ ରାତି ୯ଟା ସମୟରେ ଧଣ୍ଡାତୋପା ଓଭରପାସ୍ ନିକଟରେ ବିଶ୍ୱସ୍ତ ସୂଚନା ଆଧାରରେ ରେଞ୍ଜ ଅଫିସର ବବ୍ରୁବାହନ ସାହୁ, ଜଙ୍ଗଲ କର୍ମଚାରୀ ଓ ପୋଲିସର ମିଳିତ ଚଢ଼ାଉରେ ଦୁଇ ଶିକାରୀ ସୁଶାନ୍ତ ପ୍ରଧାନ (ବ୍ରାହ୍ମଣୀପାଲି) ଓ ଧୋବେଇ ପ୍ରଧାନ (କଦଳୀମୁଣ୍ଡା)ଙ୍କୁ ଗିରଫ କରାଯାଇଛି।
ସେମାନଙ୍କ ନିକଟରୁ ଏକ ଦେଶୀ ବନ୍ଧୁକ, ଦୁଇଟି ମୋବାଇଲ, ବାରୁଦ, ପଟାସ, ସୀସା ଗୁଳି, ଛୁରୀ ଓ ଦୁଇଟି ଟାଙ୍ଗିଆ ଜବତ ହୋଇଛି। ଫରେଷ୍ଟ ଗାର୍ଡ ଆନନ୍ଦିତା ଦାସ ଉପକରଣ ଜବତ କରିଥିବା ବେଳେ ପୋଲିସ ଏସଆଇ ମନୋଜ କୁମାର ବେହେରା ଅଭିଯୁକ୍ତଙ୍କୁ ଗିରଫ କରିଥିଲେ। ଅଭିଯୁକ୍ତଙ୍କୁ ଆଜି କୋର୍ଟକୁ ଚାଲାଣ କରାଯାଇଛି।